ସକାଳର ଜଳଖିଆ ସମସ୍ତଙ୍କ ପାଇଁ ବେଶ ଉପକାରୀ ହୋଇଥାଏ । ତେଣୁ ସୁସ୍ଥ ରହିବାକୁ ହେଲେ ସବୁବେଳେ ସକାଳର ଜଳଖିଆ ଉପରେ ଧ୍ୟାନ ଦିଅନ୍ତୁ । ସକାଳର ଜଳଖିଆରେ ସବୁଦିନ ବିଭିନ୍ନ ପୋଷଣ ଥିବା ଖାଦ୍ୟ ସାମିଲ କରନ୍ତୁ । ଆସନ୍ତୁ ଜାଣିବା କିଛି ସହଜ ଓ ସୁବିଧା ବ୍ରେକଫାଷ୍ଟ ରେସିପି ବିଷୟରେ ।
ଓଟସ୍
ଓଟସ୍ ହେଉଛି ସବୁଠାରୁ ଭଲ ଜଳଖିଆ ଅପସନ୍ । ଓଟସ୍ ହେଉଛି ଫାଇବରରେ ଭରପୂର । ଏହା କୋଲେଷ୍ଟ୍ରୋଲ୍, ବ୍ଲଡ ସୁଗାର ଲେବୁଲ ଆଦିକୁ ନିୟନ୍ତ୍ରଣରେ ରଖିଥାଏ । ଏଥିରେ ଆପଣ ବେରିସ୍, ନଟସ୍ ଓ କଦଳୀ ଆଡ୍ କରିପାରିବେ, ଯାହା ଏହାର ସ୍ୱାଦ ବଢାଇବା ସହିତ ପୋଷଣ ମଧ୍ୟ ବଢାଇବ । ଏହା ପ୍ରସ୍ତୁତ କରିବା ମଧ୍ୟ ସହଜ ହୋଇଥାଏ ।
ଅଣ୍ଡା
ଅଣ୍ଡା ହେଲା ଖୁବ ପୋଷଣପୂର୍ଣ୍ଣ ଖାଦ୍ୟ । ଏଥିରେ ସମସ୍ତ ପ୍ରକାରର ଭିଟାମିନ୍, ଫାଇବର ରହିଥାଏ ଯାହା ଆମର ଖୁବ ଦରକାରୀ ହୋଇଥାଏ । ଅଣ୍ଡାକୁ ଆପଣ ସିଝାଇ, ଆମଲେଟ୍, ପୋଚ୍ କରି ଖାଇପାରିବେ । ଏଥିସହିତ ବ୍ରେଡକୁ ସାମିଲ କରନ୍ତୁ ଏହା ବେଶ୍ ସ୍ୱାସ୍ଥ୍ୟକର ହୋଇଥାଏ ।
ଦହି
ଦହି ଯେପରି ସ୍ୱାଦିଷ୍ଟ ସେହିପରି ସ୍ୱାସ୍ଥ୍ୟକର ମଧ୍ୟ । ଏଥିରେ ପ୍ରୋଟିନ, କ୍ୟାଲସିୟମ, ଫାଇବର ଭରପୂର ହୋଇଥାଏ । ତେଣୁ ସକାଳର ଜଳଖିଆରେ ଦହି ସାମିଲ କରନ୍ତୁ ଖୁବ ଲାଭଦାୟକ ରହିବ ।
ଫଳ ରସ
ସମସ୍ତ ପ୍ରକାର ଫଳ ଆମ ଶରୀର ପାଇଁ ବେଶ୍ ଉପକାରୀ ହୋଇଥାଏ । ତେଣୁ ସକାଳର ଜଳଖିଆରେ ସବୁବେଳେ ଫଳ ରସ ସାମିଲ କରନ୍ତୁ, ଯାହା ବେଶ୍ ସ୍ୱାସ୍ଥ୍ୟକର ହୋଇଥାଏ । ନିଜ ପସନ୍ଦର ଫଳର ରସ ନିଜ ଜଳଖିଆରେ ସାମିଲ କରିପାରିବେ ।
ଡାଏଟ୍ – ଏହି ସମୟରେ ଡିହାଇଡ୍ରେସନ୍ ହେବାର ଆଶଙ୍କା ରହିଥାଏ, ତେଣୁ ଡାଏଟର ଅଧିକ ଧ୍ୟାନ ରଖନ୍ତୁ । ଡାକ୍ତରଙ୍କ ପରାମର୍ଶରେ ବିଭିନ୍ନ ପୋଷଣରେ ଭରପୁର ଫଳ, ପରିବାକୁ ଖାଦ୍ୟରେ ସାମିଲ କରନ୍ତୁ । ପାଣି ଅଧିକ ପରିମାଣରେ ପିଅନ୍ତୁ । ଜୁସ୍,ପଇଡ ମଧ୍ୟ ପିଇ ପାରିବେ, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଭଲ ହୋଇଥାଏ ।

Comments are closed.