ସଫା ଜଳ ଯୋଗାଇବ ‘ସାଫ ୱାଟର’

ମାଡ୍ରାସ ଆଇଆଇଟିର ଛାତ୍ର ପ୍ରସ୍ତୁତ କରିଛନ୍ତି ଏକ ଜଳ ମୂଲ୍ୟାଙ୍କନ ଉପକରଣ । ଏହି ଉପକରଣଟି ବିଭିନ୍ନ ଆଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରାଯାଇ ପ୍ରସ୍ତୁତ କରାଯାଇଛି । ଡିଭାଇସ୍‌ଟି ଅନେକ ଲୋକଙ୍କୁ ସଫା ଜଳ ଯୋଗାଇବାରେ ସହାୟକ ହେବ ବୋଲି ଏହାକୁ ପ୍ରସ୍ତୁତ କରିଥିବା ଛାତ୍ର ମତ ଦେଇଛନ୍ତି । ଏହି ଡିଭାଇସ୍‌ର ନାମ ରଖାଯାଇଛି ‘ସାଫ ୱାଟର’ । ଡିଭାଇସ୍‌ଟି ବିଶୁଦ୍ଧ ଜଳକୁ ଚିହ୍ନିବା ସହିତ ଏହାକୁ ବିଶୁଦ୍ଧ କରିବାର ଉପାୟ ମଧ୍ୟ ଦେଖାଇବ । ଏହାକୁ କେତେଜଣ ଛାତ୍ର ମିଶି ପ୍ରସ୍ତୁତ କରିଛନ୍ତି । ଏହା କାରଣରୁ ଲ୍ୟାବ୍‌ରେ ଟେଷ୍ଟ କରି ଜଳର ବିଶୁଦ୍ଧତା ଜାଣିବା ପ୍ରକ୍ରିୟାରୁ ବଞ୍ଚିହେବ ।

ସାଫ ୱାଟର କାରଣରୁ ଲ୍ୟାବ୍‌ ଉପରେ ବେଶି ନିର୍ଭର କରିବାକୁ ପଡିବ ନାହିଁ, ଯାହାଫଳରେ ଢେର ସମୟ ବଞ୍ଚିବ । ଯଦି କୌଣସି ସ୍ଥାନରେ ବିଶୁଦ୍ଧ ଜଳ ମିଳୁଛି ତେବେ ଏହି ଡିଭାଇସ୍‌ ସଂଯୋଗରେ ଥିବା ବ୍ୟକ୍ତିଙ୍କୁ ମ୍ୟାସେଜ୍‌ ସାହାଯ୍ୟରେ ଜଣାଇ ଦିଆଯାଇଥାଏ । ସେହିଭଳି ଏହି ଡିଭାଇସ୍‌ରେ ଥିବା ଡ୍ୟାସବୋର୍ଡରେ ମଧ୍ୟ ଏନେଇ ସୂଚନା ଦିଆଯାଇଥାଏ ।

ସଫା ଜଳ ଯୋଗାଇବ ‘ସାଫ ୱାଟର’
ଏହାକୁ ନିର୍ମାଣ କରିବା ସମୟରେ ଏଥିରେ ମଧ୍ୟ ଅନେକ ସମସ୍ୟା ଦେଖାଦେଇଥିଲା, ଯାହାକୁ ପରେ ଠିକ୍‌ କରାଯାଇଥିଲା । ତେବେ ଲୋକଙ୍କ ପାଖରେ ବିଶୁଦ୍ଧ ଜଳର ତଥ୍ୟ ପହଞ୍ଚାଇବା ଏହି ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ । ତେଣୁ ସୂଚନା ଦେବା ପାଇଁ ଏହି ଡିଭାଇସ୍‌ରେ ଦୁଇ ପ୍ରକାରର ସୁବିଧା ରହିଛି ।

ଗୋଟିଏ ଫୋନ୍‌କୁ ମ୍ୟାସେଜ୍‌ ସାହାଯ୍ୟରେ ଦିଆଯାଉଥିବା ବେଳେ ଅନ୍ୟଟି ଡ୍ୟାସବୋର୍ଡରେ ଦିଆଯାଇଥାଏ । ସେହିଭଳି ଏଥିରେ ଅନ୍ୟ ଏକ ସୁବିଧା ରହିଛି ଯାହା ହେଉଛି ଭିଜୁଆଲ ଇଣ୍ଡିକେଟର୍‌ । ଯଦି କୌଣସି ବ୍ୟକ୍ତିଙ୍କ ନିକଟରେ ମୋବାଇଲ୍‌ ନଥାଏ ତେବେ ସେ ଏହି ଭିଜୁଆଲ ଇଣ୍ଡିକେଟର ସାହାଯ୍ୟରେ ଜଳ ବିଶୁଦ୍ଧତା ନେଇ ସୂଚନା ପାଇପାରିବେ । ଏହା ଆଗକୁ ଲୋକଙ୍କୁ ବିଶୁଦ୍ଧ ଜଳ ପାଇବାରେ ବେଶ୍‌ ସହାୟକ ହେବ ବୋଲି ଛାତ୍ର ମାନେ ଆଶା ବ୍ୟକ୍ତ କରିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.