ଶାନ୍ତିପ୍ରିୟ ଆଇସ୍‌ଲାଣ୍ଡ

ଜୀବନରେ ଶାନ୍ତିର ଗୁରୁତ୍ୱତା ଢେର ଅଧିକା । ନିକଟରେ ପ୍ରକାଶ ପାଇଛି ଗ୍ଲୋବାଲ ପିସ୍‌ ଇଣ୍ଡେକ୍ସ । ଏହି ରିପୋର୍ଟରେ ୧୬୩ଟି ଦେଶକୁ ସ୍ଥାନିତ କରାଯାଇଛି । ଯେଉଁଥିରେ ପ୍ରଥମ ସ୍ଥାନ ଅଧିକାର କରିଛି ଆଇସ୍‌ଲାଣ୍ଡ । ଅନେକ ଦେଶକୁ ପଛରେ ପକାଇ ଆଇସ୍‌ଲାଣ୍ଡ ବାଜି ମାରିଛି । ତେବେ ଏହି ତାଲିକାରେ ଦ୍ୱିତୀୟରେ ନୁ୍ୟଜ୍‌ଲାଣ୍ଡ ଓ ତୃତୀୟରେ ଆୟରଲାଣ୍ଡ ରହିଛି । ଏହି ତାଲିକାରେ ଭାରତର ସ୍ଥାନ ରହିଛି ୧୩୫ ।

ଶାନ୍ତିପ୍ରିୟ ଆଇସ୍‌ଲାଣ୍ଡ

ଏହି ତାଲିକା ଘରୋଇ ଓ ବିଦେଶ ସଂଘର୍ଷ, ସମାଜରେ ସୁରକ୍ଷା ଭଳି ୨୩ଟି ମାପଦଣ୍ଡକୁ ଆଧାର କରି ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ୟୁରୋପ ସବୁଠାରୁ ଶାନ୍ତି କ୍ଷେତ୍ରରେ ପରିଣତ ହୋଇଛି, ଯେଉଁଥିରେ ସବୁଠାରୁ ଉପରେ ଅଛି ଆଇସ୍‌ଲାଣ୍ଡ । ସେହିଭଳି ଅନ୍ୟଦେଶ ମଧ୍ୟରେ ୧୦ଟି ଦେଶ ୟୁରୋପର ରହିଛି । ସେହିଭଳି ପ୍ରଥମ ୧୦ଟି ଦେଶ ମଧ୍ୟରେ ୪ଟି ଦେଶ ୟୁରୋପୀୟ । ଏହି ସମସ୍ତ ଦେଶରେ ହିଂସା କାରଣରୁ ବିଶ୍ୱ ଅର୍ଥବ୍ୟବସ୍ଥାରୁ ୧୦.୯ପ୍ରତିଶତ ଅର୍ଥବ୍ୟବସ୍ଥାକୁ କ୍ଷତି ପହଞ୍ଚିଛି । ଅନ୍ୟପଟେ ସବୁଠାରୁ ଅଶାନ୍ତ ଦେଶରେ ଆଫଗାନିସ୍ତାନ, ସିରିଆ , ରସିଆ ଆଦି ସାମିଲ ରହିଛି ।

Comments are closed.