ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମାସେ ହେବ ପ୍ରଚାର କରୁଛି- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଜେପି ମିଛ କହିବାର ସୀମା ଟପିଛି I ମୁଁ ସଂପୂର୍ଣ୍ଣ ରୂପେ ସୁସ୍ଥ ଅଛି ଓ ସାଧାରଣ ନିର୍ବାଚନ ପାଇଁ ମାସେ ହେବ ରାଜ୍ୟବ୍ୟାପୀ ପ୍ରଚାର କରୁଛି। ଏହା କହି ବିରୋଧୀଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ I ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା (ଏଏନଆଇ)କୁ ପ୍ରତିକ୍ରିୟା ଦେବା ସମୟରେ ସେ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିଜେପିର ଅପପ୍ରଚାର ପରେ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ଦେଇଛନ୍ତି I


ସୂଚନାନୁସାରେ, ଏହା ପୂର୍ବରୁ ରାଜ୍ୟ ବିଜେପି ପୁଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲା। ବିଜେଡି ନେତା ଭିକେ ପାଣ୍ଡିଆନଙ୍କ କବଳରୁ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରିବାକୁ ଅପିଲ କରିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଭିକେ ପାଣ୍ଡିଆନ ବନ୍ଧନ କରି ରଖିଛନ୍ତି ବୋଲି ଅଭିଯୋଗ ଆଣିଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ସଚିବ, ଡିଜିପି କଥା ହେଉଛନ୍ତି କି ନାହିଁ ସନ୍ଦେହ ହେଉଛି ବୋଲି ମଧ୍ୟ କହିଥିଲା। ବିଜେପି ଯୁକ୍ତି ଦର୍ଶାଇଥିଲା ଯେ,ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା କଣ ଜାଣିବା ଅଧିକାର ରାଜ୍ୟବାସୀଙ୍କର ଅଛି? ଜଣେ ଜଜ୍‌ ଓ କିଛି ମାନ୍ୟଗଣ୍ୟଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ମୁକ୍ତ କରନ୍ତୁ। ଭିକେ ପାଣ୍ଡିଆନଙ୍କ କବଳରୁ ମୁକ୍ତ କରି ଗଣମାଧ୍ୟମ ସାମ୍ନାକୁ ଆଣନ୍ତୁ। ଏଭଳି ସମ୍ବେଦନଶୀଳ ବିଷୟକୁ ଗୁରୁତ୍ୱ ଦେବେ ବୋଲି ଆଶା କରିଥିଲା।

ଅନ୍ୟପଟେ ବିଜେଡି ନେତା ଭିକେ ପାଣ୍ଡିଆନ କହିଛନ୍ତି, ବିଜେପି ନେତା କିଛି ନୂଆ ଚିନ୍ତାଧାରା ଆଣିବା ପରିବର୍ତ୍ତେ ଭିତ୍ତିହୀନ କଥା କହୁଛନ୍ତି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏଭଳି ଅପପ୍ରଚାରକୁ ଗ୍ରହଣ କରିବେନି ଓଡ଼ିଶାବାସୀ ।

Govt

Comments are closed.