ଆସନ୍ତା ୧୧ରେ ହାଇଦ୍ରାବାଦ ଏନକାଉଣ୍ଟର ମାମଲାର ଶୁଣାଣି

ସମୟ ଲାଇଭ୍‍,୯/୧୨: ହାଇଦ୍ରାବାଦ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ପୁଲିସର ଏନକାଉଣ୍ଟରକୁ ବିରୋଧ କରି କରାଯାଇଥିବା ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ। ଆସନ୍ତା ୧୧ ତାରିଖରେ ଏହି ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ। ଏନକାଉଣ୍ଟରକୁ ବେଆଇନ ଦର୍ଶାଇ ଆଇନଜୀବୀ ଜିଏସ ମଣୀ ଏବଂ ପ୍ରଦୀପ କୁମାର ଯାଦବ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୁଲିସର କାର୍ୟ୍ୟଧାରାକୁ ବିରୋଧ କରି ଏନକାଉଣ୍ଟରରେ ସାମିଲ ଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ତଦନ୍ତ ଦାବି କରିଛନ୍ତି ଆବେଦନକାରୀ। ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ତେଲେଙ୍ଗାନା ପୁଲିସ ୨୦୧୪ରେ ଅଦାଲତ ଦେଇଥିବା ରାୟକୁ ଅବମାନନା କରିଛନ୍ତି ବୋଲି ଆବେଦନକାରୀ କୋର୍ଟରେ ଦର୍ଶାଇଛନ୍ତି।

Govt

Comments are closed.