ଯୌତୁକ ପାଇଁ ସ୍ତ୍ରୀଙ୍କୁ ସାନିଟାଇଜର ଢାଳି ହତ୍ୟା ଉଦ୍ୟମ କଲା ସ୍ୱାମୀ

ବ୍ରହ୍ମପୁର : ଯୌତୁକ ଲୋଭ ଯେ କେତେ ମାରାତ୍ମକ ହୋଇପାରେ ଏଇଠୁ ଜଣାପଡୁଛି I ଯୌତୁକ ଯୁଇରେ ଜଳି ଗୁରୁତର ହୋଇଛନ୍ତି ସ୍ତ୍ରୀ ଜଣକ I ଘଟଣା ଘଟିଛି ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମ ମାଝି ସାହିରେ I ଅଧିକ ଯୌତୁକ ପାଇଁ ନରପିଶାଚ ସ୍ୱାମୀ ସଞ୍ଜୟ ପ୍ରଧାନ ତାଙ୍କ ସ୍ତ୍ରୀ ରୀତା ପ୍ରଧାନଙ୍କୁ ସାନିଟାଇଜର ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ତେବେ ଜୀବନ ବିକଳରେ ରୀତା ବାହାରକୁ ଦୌଡ଼ି ଚାଲିଆସି ନିଜ ଉପରେ ରେ ପାଣି ଢାଳି ହୋଇଥିଲେ I ରୀତାଙ୍କ ଶରୀର ୩୦ ଭାଗ ପୋଡିଯିବା ସହିତ ସେ ଗୁରୁତର ହୋଇଛନ୍ତି  I

ସୂଚନା ଅନୁସାରେ, ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସାହା ପୁର ଗାଁର ରୀତା ପ୍ରଧାନଙ୍କୁ ମହୁଡା ଗାଁର ସଞ୍ଜୟ ପ୍ରଧାନ ୨୦୧୮ରେ ବିବାହ କରିଥିଲା । ବିବାହ ସମୟରେ ରୀତାଙ୍କ ବାପା ଯୌତୁକ ବାବଦକୁ ୧ଲକ୍ଷ ୭୦ ହଜାର ଟଙ୍କା ଦେଇଥିଲେ। ବହୁ ଦିନ ହେବ ଘର ତିଆରି ପାଇଁ ସଞ୍ଜୟ ୩ ଲକ୍ଷ ଟଙ୍କା ମାଗିଥିଲେ। ଏନେଇ ୨୦୧୯ ମସିହାରେ ରୀତାଙ୍କ ପରିବାର ବ୍ରହ୍ମପୁର ମହିଳା ଥାନାରେ ଲିଖିତ ଭାବେ ଜଣାଇଥିଲେ। ତେବେ ପୂର୍ବରୁ ମଧ୍ୟ ସଞ୍ଜୟ ରିତା ଙ୍କୁ ମାରଧର କରି ନିର୍ଯାତନା ଦେଉଥିଲା I ପରିବାର ବିବାଦର ସମାଧାନ ପାଇଁ ଆଲୋଚନା କରି ବିଫଳ ହେବାରୁ ଏ ନେଇ ୨୦୧୯ରେ ମହିଳା ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ସେତେବେଳେ ମହିଳା ଥାନା ଘଟଣାକୁ ଗୁରୁତ୍ୱ ଦେଇ ନଥିଲେ I

ତେବେ ଗତକାଲି ସନ୍ଧ୍ୟା ସମୟରେ ରୀତା ଘର ଛାତ ଉପରେ ଥିବାବେଳେ ସଞ୍ଜୟ ତାଙ୍କୁ ଧକ୍କା ଦେଇ ମାରିବାକୁ ଚେଷ୍ଟା କରିଥିଲେ। ହେଲେ ସେଥିରେ ବିଫଳ ହେବାରୁ ଆଜି ରୋଷେଇ ଘରେ ସାନିଟାଇଜର ଢାଳି ନିଆଁ ଲଗାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ରିଟନକୁ ଏମ୍‌କେସିଜିରେ ଭର୍ତ୍ତି କରାଯଇଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।

 

Govt

Comments are closed.