୨୦୦୬ର ହିଟ୍ ଫିଲ୍ମ ଡନ୍ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥିଲା । ଦର୍ଶକ ଏଥିରେ ଶାହରୁଖ ଖାନ୍ଙ୍କୁ ଖୁବ ପସନ୍ଦ କରିଥିଲେ । ତେବେ ଏହି ଚରିତ୍ର ପାଇଁ ଶାହରୁଖ କିନ୍ତୁ ପ୍ରଥମ ପସନ୍ଦ ନଥିଲେ । ଏଥିପାଇଁ ଫରାନ୍ ଅଖତରଙ୍କର ପ୍ରଥମ ପସନ୍ଦ ଥିଲେ ହ୍ରିତିକ ରୋଶନ । ଏନେଇ ନିଜେ ଫରାନ୍ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି । ଫରାନ ଓ ହ୍ରିତିକ୍ ଲକ୍ଷ ଫିଲ୍ମରେ ଏକାଠି କାମ କରିଥିଲେ । ହ୍ରିତିକଙ୍କ କାମ ଫରାନଙ୍କୁ ଖୁବ ପ୍ରଭାବିତ କରିଥିଲା । ଏହାପରେ ସେ ହ୍ରିତିକଙ୍କୁ ଡନ୍ ବିଷୟରେ ସୂଚନା ଦେଇଥିଲେ । ତେବେ ଫରାନ ସେତେବେଳେ ଡନ୍ର ସ୍କ୍ରିପଫ ଲେଖିନଥିଲେ । ତେଣୁ ସେ ସ୍କ୍ରିପଫ ଲେଖିବା ପରେ ହ୍ରିତିକ୍ଙ୍କ ସହିତ ଯୋଗାଯୋଗ କରିବେ ବୋଲି ଉଭୟ କଥା ହୋଇଥିଲେ । ହେଲେ ସମୟ ହିସାବରେ ଏହା ବଦଳିଥିଲା ଏବଂ କୌଣସି କାରଣରୁ ହ୍ରିତିକ୍ ଏହି ପ୍ରୋଜେକଫରେ କାମ କରିନଥିଲେ । ଦର୍ଶକ ଏହି ଆକନିକ୍ ଫିଲ୍ମରେ ଶାହରୁଖ ଖାନ୍ଙ୍କୁ ଦେଖିଥିଲେ । ଶାହରୁଖଙ୍କର ଏହି ଡନ୍ ଫିଲ୍ମଟି ପୁରୁଣା ଡନ୍ ଫିଲ୍ମର ରିମେକ୍ । ପୁରୁଣା ଡନ୍ରେ ଦର୍ଶକ ଅମିତାଭଙ୍କୁ ଦେଖିବାକୁ ପାଇଥିଲେ ।

Comments are closed.