ଭୟକୁ ଦୂରାନ୍ତୁ ,ମନରେ ସାହସ ବଢ଼ାନ୍ତୁ

ଯଦି ଆପଣ ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ଭିତରେ ବଢୁଥିବା ପ୍ରତ୍ୟେକ ଭୟକୁ ତ୍ୟାଗ କରିବାକୁ ପଡ଼ିବ । କାରଣ ଭୟ କେବଳ ଆଗକୁ ବଢିବାକୁ ଅଟକାଇ ନଥାଏ ବରଂ ବିଫଳତାର ମାର୍ଗ ମଧ୍ୟ ଦେଖାଏ । ତେଣୁ ଏକମାତ୍ର ସାହସ ହିଁ ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇପାରିବ । ସାହାସୀ ହେବାକୁ ଚାହୁଁଥିଲେ ଜୀବନରେ କିଛି ରଣନୀତି କିମ୍ବା ଟି« ଆପଣାନ୍ତୁ ।

-ଯଦି ଆପଣ କିଛି ବିପଦପୂର୍ଣ୍ଣ କାର୍ଯ୍ୟରେ ସାହସ ଦେଖାଇଛନ୍ତି, ତେବେ ଭାବ;ୁ ଯଦି ଆପଣ ଏହାକୁ ସଂପୂର୍ଣ୍ଣ ନକରିପାରନ୍ତି, ତେବେ ସବୁଠାରୁ ଖରାପ ଜିନିଷ କ’ଣ ହୋଇପାରେ? ତେଣୁ ଯେତେବେଳେ ସାମ୍ନାରେ ଏକ ବିପଦ ସହିତ ଫଳାଫଳକୁ କଳ୍ପନା କରୁଛନ୍ତି, ସେତେବେଳେ ସେହି ଭୟକୁ ଆଖିରେ ମିଶାଇ ଏହାକୁ ସାମ୍ନା କରିବାକୁ ପଡ଼ିଥାଏ ।

ଭୟକୁ ଦୂରାନ୍ତୁ ,ମନରେ ସାହସ ବଢ଼ାନ୍ତୁ

– କିଛି ଲୋକ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭୟ ଯୋଗୁଁ ନକାରାତ୍ମକ ଚିନ୍ତାଧାରା ମନକୁ ଆଣିଥାନ୍ତି । ଯାହା ସେମାନଙ୍କ ଉପରେ ଭାରି ପଡ଼ିଥାଏ । ସେମାନେ ପ୍ରତି କାମରେ ନକାରାତ୍ମକ ଦିଗ ଖୋଜିଥାନ୍ତି । ତେବେ ନକାରାତ୍ମକ ଦିଗ ବିଷୟରେ ଚିନ୍ତା କରିବାରେ କୌଣସି କ୍ଷତି ନାହିଁ, ହେଲେ ସବୁକିଛି ମୂଲ୍ୟାଙ୍କନ କରାଯିବା ଉଚିତ । ଏମିତିକି ସକରାତ୍ମକ ଜିନିଷକୁ ମଧ୍ୟ ଧ୍ୟାନରେ ରଖିବା ଉଚିତ । ଉଭୟଙ୍କ ସ;ୁଳନ ସଠିକ୍‌ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଥାଏ ।

ଭୟକୁ ଦୂରାନ୍ତୁ ,ମନରେ ସାହସ ବଢ଼ାନ୍ତୁ
179721043

-ଯେଉଁମାନେ ରିସ୍କ ନେବାକୁ ଡରୁଛନ୍ତି କିମ୍ବା ଭୟ କରୁଛନ୍ତି ତାହେଲେ ସେମାନଙ୍କର ଆତ୍ମବିଶ୍ୱାସର ଅଭାବ ରହିଥାଏ । କିଛି କାର୍ଯ୍ୟ ପାଇଁ ନିଜ ଉପରେ ବିଶ୍ୱାସ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଆତ୍ମବିଶ୍ୱାସ ଦ୍ୱାରା କୌଣସି ନିଷ୍ପତ୍ତି ନେବାକୁ ଆପଣ ସକ୍ଷମ ହୋଇଥାନ୍ତି ।

ଭୟକୁ ଦୂରାନ୍ତୁ ,ମନରେ ସାହସ ବଢ଼ାନ୍ତୁ

-ଜୀବନରେ କୌଣସି କଥାର ଭୟ ଆପଣଙ୍କୁ ମାନସିକ ଏବଂ ଶାରୀରିକ ସ୍ତରରେ ଦୁର୍ବଳ କରିପାରେ । ଏହା ମଧ୍ୟ ଅନାବଶ୍ୟକ ଟେନସନ ସୃଷ୍ଟି କରିପାରେ । ଯଦି ଏପରି ପରିସ୍ଥିତି ଆସିଥାଏ ତେବେ ସ୍ୱାସ୍ଥ୍ୟର ଯତ୍ନ ନେବା ଜରୁରୀ । ଏହା ମନେ ରଖିବା ଉଚିତ ଯେ ଆପଣ ଠିକ୍‌ ସମୟରେ ଖାଦ୍ୟ ଖାଆନ୍ତୁ, ନିୟମିତ ବ୍ୟାୟାମ କର;ୁ ଏବଂ ମନକୁ ଫିଟ୍‌ ରଖିବା ପାଇଁ ଭଲ ନିଦ୍ରା ଆବଶ୍ୟକ ।

ଭୟକୁ ଦୂରାନ୍ତୁ ,ମନରେ ସାହସ ବଢ଼ାନ୍ତୁ

-ଭୟ ବେଳେବେଳେ ନିଶା ଭଳି କାର୍ଯ୍ୟ କରିବା ଆରମ୍ଭ କରେ । ଏହି ପରିସ୍ଥିତିରେ ନିଜର ଭୟ ବିଷୟରେ ଆପଣଙ୍କ ବିଶ୍ୱସ୍ତ ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ । ଏହାଦ୍ୱାରା ଆପଣଙ୍କ ଚାପ ବହୁତ ପରିମାଣରେ ହ ୍ରାସ ହେବାର ସମ୍ଭାବନା ରହିଥାଏ ।

ଭୟକୁ ଦୂରାନ୍ତୁ ,ମନରେ ସାହସ ବଢ଼ାନ୍ତୁ

 

Govt

Comments are closed.