ବାଙ୍ଗାଲୋର ବାଣ କାରଖାନାରେ ବିସ୍ପୋରଣ: ୨ ମୃତ

0

ବାଙ୍ଗାଲୋର: ସେପ୍‌ଟେମ୍ବର ୨୩: ଆଜି କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୋର ଏକ ବାଣ କାରଖାନାରେ ବିସ୍ପୋରଣ ଘଟିଛି । ଏଥିରେ ୨ ଜଣଙ୍କର ମୃତୁ୍ୟ ହେବା ସହିତ ବହୁ ଲୋକ ଆହତ ହୋଇଛନ୍ତି । ବିସ୍ପୋରଣ ଏତେ ବଡ଼ ଥିଲା ଯେ, କାରଖାନା ଆଖପାଖରେ ଥିବା ଗାଡ଼ି ଉଡ଼ିଯାଇଥିଲା । ଘଟଣାସ୍ଥଳରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ବାଙ୍ଗାଲୋର ଡିସିପି(ଦକ୍ଷିଣ) ହରିସ ପାଣ୍ଡେଙ୍କ ସୂଚନା ଅନୁସାରେ, ଆଜି ସକାଳ ସମୟରେ ନୁ୍ୟ ଥାରାଗୁପେଟ୍‌ ଅଞ୍ଚଳରେ ଥିବା ଏକ ବାଣ ତିଆରି କାରଖାନାରେ ବିସ୍ପୋରଣ ହୋଇଥିଲା । କାରଖାନାର ଭଣ୍ଡାର ଘରୁ ଏହି ବିସ୍ପୋରଣ ହୋଇଥିଲା । ଏଥିରେ ୨ ଜଣଙ୍କର ମୁତୃ୍ୟ ହେବା ସହିତ ବହୁତ ଲୋକ ଆହତ ହୋଇଛନ୍ତି । ତେବେ ଆହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଡିସିପି କହିଛନ୍ତି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷେ ବିସ୍ପୋରଣ କାରଣ ଜଣାପଡ଼ି ନଥିବା ସୂଚନା ମିଳିଛି ।

Leave A Reply

Your email address will not be published.