ଚନ୍ଦ୍ରରେ କାଚର ଘର

0

ଚନ୍ଦ୍ରରେ ଘର ପ୍ରସ୍ତୁତ କରିବା ପାଇଁ ପୃଥିବୀରୁ ଆଉ ସାମଗ୍ରୀ ନେବାକୁ ପଡିବ ନାହିଁ । ଆମେରିକାର କମ୍ପାନୀ ସ୍କାଇପୋର୍ଟସ ଓ ନାସା ମିଶି ଏକ ନୂଆ ଧରଣର ଘର ନିର୍ମାଣ କରିଛନ୍ତି । ଏହି ଘରକୁ ଧୂଳିରୁ ପ୍ରସ୍ତୁ ହେଉଥିବା କାଚରୁ ପ୍ରସ୍ତୁତ କରାଯିବବୋଲି ସୂଚନା ମିଳିଛି । ଉଭୟ ସଂସ୍ଥା ଚନ୍ଦ୍ରର ଏହି ଧୂଳିରୁ ପ୍ରସ୍ତୁତ ହେଉଥିବା କାଚରୁ ଏକ ଗୋଲ ଡବା ଭଳି ଘର ପ୍ରସ୍ତୁତ କରିବାନେଇ ପ୍ରକଳ୍ପ ପ୍ରସ୍ତୁତ କରୁଛନ୍ତି । ଭବିଷ୍ୟତରେ ଏହି ଘରେ ମହାକାଶଚାରୀମାନେ ବାସ କରିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମେ ଏହି ଧୂଳିକୁ ମାଇକ୍ରୋେଓ୍ୱବ ଟେକ୍‌ନିକ ବ୍ୟବହାର କରି ତରଳ କରାଯିବ । ଏହାପରେ ଗ୍ୟାସ ପାଇପ ସାହାଯ୍ୟରେ କାଚର ଗୋଟିଏ ବେଲୁନ ଭଳି ଫୁଲାଯିବ । ସୂଚନା ଅନୁସାରେ ଚନ୍ଦ୍ରର ଧୂଳିରେ ସିଲିକେଟ୍ସର ମାତ୍ରା ଖୁବ ଅଧିକ ହୋଇଥାଏ, ଯାହା କାଚ ଘର ପ୍ରସ୍ତୁତ ପାଇଁ ଭଲ ହୋଇଥାଏ । ତେଣୁ ବୈଜ୍ଞାନିକଙ୍କ ମତରେ ଏଥିରୁ ପ୍ରସ୍ତୁତ ହେଉଥିବା ଘର ଷ୍ଟିଲ ଠାରୁ ବି ମଜବୁତ ହେବ । ଏହି ଘର ଭିତରୁ ମହାକାଶଚାରୀମାନେ ସହଜରେ ବାହାରର ଦୃଶ୍ୟକୁ ଦେଖିପାରିବେ । ସେହିଭଳି ଏହି ଘରଗୁଡିକର ଏକ ମୁଖ୍ୟ ଫିଚର ହେଉଛି ଏହା ନିଜେନିଜେ ମରାମତି ହୋଇପାରିବ । ଯଦି ଏହାର କାଚ କାନ୍ଥରେ କେବେ ବି କ୍ଷତ ସୃଷ୍ଟି ହୁଏ ତେବେ ଏହା ନିଜେନିଜେ ମରାମତି ହୋଇପାରିବ । ଏହି ଘରେ ବିଜୁଳି ପାଇଁ ସୋଲାର ପ୍ୟାନେଲର ବ୍ୟବହାର କରାଯିବ ବୋଲି ମତ ଦିଆଯାଇଛି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.