ଖରାଦିନେ ପାଦର ଯତ୍ନ ନେବା ଜରୁରୀ । ବେଳେବେଳେ ଘରୋଇ ଉପଚାର ମାଧ୍ୟମରେ ପାଦକୁ ସ୍କ୍ରବିଂ କରିପାରିବେ । ଏଥିପାଇଁ କ୍ଷୀର, ନଡ଼ିଆ ତେଲ ଏବଂ ଚିନି ବହୁତ ଲାଭଦାୟକ ହୋଇଥାଏ । ସ୍କ୍ରବ୍ ପ୍ରସ୍ତୁତ କରିବା ପାଇଁ ୨ କପ୍ କ୍ଷୀର, ୨ କପ୍ ନଖ ଉଷୁମ ପାଣି, ୩ ଚାମଚ ଚିନି ଏବଂ ଏକ ଚାମଚ ନଡ଼ିଆ ତେଲ ଆବଶ୍ୟକ ।
ପ୍ରଥମେ ଏକ ଖୋଲା ପାତ୍ରରେ କ୍ଷୀର ଓ ପାଣି ମିଶ୍ରିତ ପାତ୍ରରେ ୧୫ ମିନିଟ୍ ପର୍ଯ୍ୟନ୍ତ ପାଦ ବୁଡ଼ାଇ ରଖନ୍ତୁ । ଚିନି ଓ ତେଲକୁ ଆଉ ଏକ ପାତ୍ରରେ ମିଶାଇ ପାଦର ଚାରିଆଡ଼େ ଲଗାନ୍ତୁ ଏବଂ ଧୀରେଧୀରେ ଆଙ୍ଗୁଠିରେ ସ୍କ୍ରବିଂ କରନ୍ତୁ । ଏହାପରେ ପାଦକୁ ପାଣିରେ ଧୋଇ ଦିଅନ୍ତୁ ଏବଂ କିଛି ସମୟ ପାଇଁ ମୋଜା ପିନ୍ଧନ୍ତୁ । କ୍ଷୀରରେ ଥିବା ଲାକଟିକ୍ ଏସିଡ୍ ମୃତ କୋଷିକାକୁ ବାହାର କରିବାରେ ସାହାଯ୍ୟ କରେ । ନଡ଼ିଆ କେଲ ମଶ୍ଚରାଇଜର ଭାବେ କାମ କରେ ଏବଂ ପାଦକୁ ନରମ ରଖେ ।
Comments are closed.