ଆଜିକାଲି ରୋବଟକୁ ବ୍ୟବହାର କରି ଅନେକ କାର୍ଯ୍ୟ କରାଯାଉଛି । ଏହି କ୍ରମରେ ଏକ ନୂଆ ରୋବଟ ବାହାର କରାଯାଇଛି ଯାହା ଚନ୍ଦ୍ରରେ ଘର ନିର୍ମାଣ କରିବ । ଅଷ୍ଟ୍ରେଲିଆ ଏଭଳି ଏକ ରୋବଟ ପ୍ରସ୍ତୁତ କରିଛି ଯାହାକୁ ବ୍ୟବହାର କରି ଚନ୍ଦ୍ରରେ ଖୁବ ସହଜରେ ଘର ନିର୍ମାଣ ହୋଇପାରିବ । ରୋବଟଟିର ନାଁ ବୈଜ୍ଞାନିକମାନେ ରଖିଛନ୍ତି ଚାର୍ଲୋଟ । ଏହାକୁ କ୍ରେଷ୍ଟ ରୋବୋଟିକ୍ସ ଓ ଅର୍ଥ ବିଲଫ ଟେକ୍ନୋଲୋଜି କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଇଛି । ଏହି ରୋବଟଟି ଅବିକଳ ଏକ ବୁଢିଆଣୀ ଭଳି ଦେଖିବାକୁ, ଯାହାର ୬ଟି ଗୋଡ ରହିଛି । ଏହାର ଓଜନ ମଧ୍ୟ କମ ରହିଛି ଯାହା ଏହାକୁ ଖୁବ ସହାୟକ ହେଉଛି । ବର୍ତ୍ତମାନ ଏହା ପୃଥିବୀରେ ୨୪ ଘଣ୍ଟାରେ ପାଖାପାଖି ୨୦୦ ବର୍ଗ ମିଟର ଘରର ଥ୍ରୀଡି ପ୍ରିଣ୍ଟ କରିପାରୁଛି । ଏହା ଘର ତିଆରି କରିବାକୁ ବାଲି, ମାଟି ଓ ପଙ୍କ ବ୍ୟବହାର କରୁଛି । ଚନ୍ଦ୍ରରେ ମଧ୍ୟ ଏହା ଥ୍ରୀଡି ପ୍ରିଣ୍ଟ ସହାୟତାରେ ଘର ପ୍ରସ୍ତୁତ କରିବ । ଏହି ଘରେ ମହାକାଶଚାରୀଙ୍କ ରହିବା ପାଇଁ ସମସ୍ତ ସୁବିଧା କରାଯିବ ବୋଲି ସୂଚନା ମିଳିଛି ।
