ଜାକର୍ତ୍ତା: ୨୦୧୭ ସଂସ୍କରଣରେ ବିଜେତା ଭାରତୀୟ ପୁରୁଷ ହକି ଦଳ ଚଳିତ ଏସିଆ କପ୍ ହକିରେ ତୃତୀୟ ସ୍ଥାନ (ବ୍ରୋଞ୍ଜ) ସହ ଅଭିଯାନ ଶେଷ କରିଛି । ବୁଧବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ଲଢ଼େଇରେ ଭାରତ ୧-୦ ଗୋଲ୍ରେ ଜାପାନକୁ ଧରାଶାୟୀ କରି ଦ୍ୱିତୀୟଥର ପାଇଁ ବ୍ରୋଞ୍ଜ ପଦକର ଅଧିକାରୀ ହୋଇଛି । ପୂର୍ବରୁ ୧୯୯୯ ସଂସ୍କରଣରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା ।
ଏସିଆ କପ୍ ହକିରେ ଭାରତ ୩ଥର ଟାଇଟଲ (୨୦୦୩, ୨୦୦୭, ୨୦୧୭) ଜିତିଥିବା ବେଳେ ୫ଥର (୧୯୮୨, ୧୯୮୫, ୧୯୮୯, ୧୯୯୪, ୨୦୧୩) ଉପବିଜେତା ହୋଇଥିଲା ।
ବ୍ରୋଞ୍ଜ ଲଢ଼େଇ
ବୁଧବାର ବ୍ରୋଞ୍ଜ ମୁକାବିଲାରେ ଶକ୍ତିଶାଳୀ ଭାରତ ଓ ଜାପାନ ଭେଟାଭେଟି ହୋଇଥିଲେ । ୨୦୧୭ରେ ଟାଇଟଲ ଜିିତିଥିବା ଭାରତ ଏଥର ସୁପର-୪ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ଦ.କୋରିଆ ସହ ୪-୪ ଗୋଲ୍ରେ ମ୍ୟାଚ ଡ୍ର’ ରଖି ଟାଇଟଲ ମୁକାବିଲାରୁ ବଞ୍ଚିତ ହୋଇଥିଲା । ଦଳରେ ସ୍ୱଳ୍ପ ଅଭିଜ୍ଞ ଖେଳାଳିଙ୍କ ଉପସ୍ଥିତି ସତ୍ତେ୍ୱ ନବାଗତଙ୍କ ଦଳ ବ୍ରୋଞ୍ଜ ସଫଳତା ଦୋହରାଇବା ସକ୍ଷମ ହୋଇଛି । ଗ୍ରୁପ୍ ପର୍ଯ୍ୟାୟରେ ଅପରାଜେୟ ଥିବା ଜାପାନ ସୁପର-୪ ପର୍ଯ୍ୟାୟରେ ୩ଟି ମ୍ୟାଚ ହାରିବା ସହ ବ୍ରୋଞ୍ଜ ମୁକାବିଲାରେ ମଧ୍ୟ ଭାରତ ନିକଟରୁ ହାରିଯାଇଛି । ମ୍ୟାଚ୍ ଆରମ୍ଭ ହେବା କ୍ଷଣୀ ଭାରତୀୟ ଖେଳାଳି ଆକ୍ରମଣ ତୀବ୍ର କରିଥିଲେ । ସପ୍ତମ ମିନିଟ୍ରେ ହିଁ ଭାରତ ଗୋଲ୍ସ୍କୋର କରି ଅଗ୍ରଣୀ ହାସଲ କରିଥିଲା । ଭାରତୀୟ ତାରକା ମିଡ଼ଫିଲïର ରାଜକୁମାର ପାଲ ଚିତାକର୍ଷକ ଗୋଲ୍ସ୍କୋର କରି ଭାରତୀୟ ଶିବିରରେ ଆତ୍ମବିଶ୍ୱାସ ଭରି ଦେଇଥିଲେ । ୨୦୦୦ ମସିହା ଫେବ୍ରୁଆରୀରେ ରାଜକୁମାର ପାଲ ଅନ୍ତର୍ଜାତୀୟ ଡେବୁ୍ୟ କରିଥିଲେ । ୨୦୨୦-୨୧ ପୁରୁଷ ଏଫ୍ଆଇଏଚ୍ ପ୍ରୋ-ଲିଗ୍ରେ ରାଜକୁମାରଙ୍କ ଜମାଣିଆ ପ୍ରଦର୍ଶନ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ପ୍ରଥମାର୍ଦ୍ଧରେ ଭାରତ ୧-୦ରେ ଅଗ୍ରଣୀ ରହିଥିଲା । ଦ୍ୱିତୀୟାର୍ଦ୍ଧର ୩୦ ମିନିଟ୍ ଖେଳ ସଂଘର୍ଷପୂର୍ଣ୍ଣ ଥିଲେ ମଧ୍ୟ ଉଭୟ ପକ୍ଷ ଗୋଲ୍ କରିବାକୁ ସକ୍ଷମ ହୋଇନଥିଲେ । ଏଦୃଷ୍ଟିରୁ ଅଗ୍ରଣୀ ରହିଥିବା ଭାରତ ୧-୦ ବ୍ୟବଧାନରେ ବିଜୟୀ ହୋଇ ବ୍ରୋଞ୍ଜ ପଦକ ବାଜି ମାରିଛି ।
ସ୍ୱର୍ଣ୍ଣ ଲଢ଼େଇ
ଚଳିତ ଏସିଆ କପ୍ରେ ଦ.କୋରିଆ ବିଜେତା ହେବା ସହ ସ୍ୱର୍ଣ୍ଣିମ ସଫଳତାର ଅଧିକାର ହୋଇଛି । ମାଲେସିଆ ଉପବିଜେତାରେ ସ;ୁଷ୍ଟ ହୋଇଛି । ବୁଧବାର ଅନୁଷ୍ଠିତ ଟାଇଟଲ ମୁକାବିଲାରେ ଦ.କୋରିଆ ୨-୧ ଗୋଲ୍ରେ ମାଲେସିଆକୁ ଧରାଶାୟୀ କରିଥିଲା । ମ୍ୟାଚ୍ର ୧୭ତମ ମିନିଟ୍ରେ ଦ.କୋରିଆର ଜୁଙ୍ଗ ମାନ ଜାଇ ଫିଲïଗୋଲ୍ କରିଥିଲେ । ୨୫ତମ ମିନିଟ୍ରେ ମାଲେସିଆର ସୟଦ ଚୋଲାନ ଫିଲïଗୋଲ୍ କରି ପ୍ରଥମାର୍ଦ୍ଧ ସୁଧା ମ୍ୟାଚ୍କୁ ୧-୧ରେ ବରାବର କରିଥିଲେ । ମ୍ୟାଚ୍ର ୫୨ତମ ମିନିଟ୍ରେ ଦ.କୋରିଆର ୱାଙ୍ଗ ତାଇ ଲି ଫିଲïଗୋଲ୍ କରି ଫାଇନାଲ ମ୍ୟାଚ୍ରେ ପୂର୍ଣ୍ଣାହୂତି ଦେଇଥିଲେ । ୨-୧ରେ ଅଗ୍ରଣୀ ସହ ଦ.କୋରିଆ ପଞ୍ଚମଥର ପାଇଁ ଏସିଆ କପ୍ ଟାଇଟଲ ଜିତିବାର ଗୌରବ ଅର୍ଜନ କରିଛି । ପୂର୍ବରୁ ୧୯୯୪, ୧୯୯୯, ୨୦୦୯, ୨୦୧୩ ଓ ୨୦୨୨ରେ ଦ.କୋରିଆ ଟାଇଟଲ ଜିତିଛି । ୨୦୦୭ରେ ଉପବିଜେତା ହୋଇଥିବା ବେଳେ ୧୯୮୫, ୧୯୮୯, ୨୦୦୩ରେ ବ୍ରୋଞ୍ଜ ପଦକ ତଥା ୨୦୧୭ ସଂସ୍କରଣରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା ଦ.କୋରିଆ ।
ମାଲେସିଆର ପ୍ରଥମ ଟାଇଟଲ ଆଶା ସ୍ୱପ୍ନରେ ରହିଯାଇଛି । ୨୦୧୭ରେ ମାଲେସିଆ ଭାରତ ନିକଟରୁ ପରାଜିତ ହୋଇ ଉପବିଜେତା ହୋଇଥିଲା । ଏଥର ଦ.କୋରିଆ ନିକଟରୁ ମ୍ୟାଚ ହାରି ରୌପ୍ୟ ପଦକରେ ସ;ୁଷ୍ଟ ହୋଇଛି । ମାଲେସିଆ ୨୦୦୭ରେ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ୫ଥର ଚତୁର୍ଥ ସ୍ଥାନ ଅଧିକାର କରିଥିଲା । ସେହିଭଳି ଜାପାନ ୫ଥର ଚତୁର୍ଥ ସ୍ଥାନରେ ରହିଛି ।
୨୧ ମ୍ୟାଚ୍ ୧୩୮ ଗୋଲ୍
ଚଳିତ ଏସିଆ କପ୍ରେ ମୋଟ୍ ୨୧ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ୧୩୮ଟି ଗୋଲ୍ ହୋଇଛି । ଅର୍ଥାତ୍ ମ୍ୟାଚ୍ ପ୍ରତି ଗୋଲ୍ ହାର ୬.୫୭ । ବ୍ୟକ୍ତିଗତସ୍ତରରେ ରାଜାଇ ରହିମ୍ ସର୍ବାଧିକ ୧୩ଟି ଗୋଲ୍ କରିଥିବା ବେଳେ ଜାପାନର କୋଜି ୟାମାସାକି ୬ଟି ଗୋଲ୍ କରିଥିଲେ । ଭାରତର ଦୀପସାନ ତିର୍କୀ ୫ଟି, ପୱନ ରାଜଭର ୪ଟି ଗୋଲ୍, ଓଡ଼ିଆ ପୁଅ ନିଲମ ସଞ୍ଜିବ ଜେସ୍ ୩ଟି, ସେଲଭନ କାର୍ତ୍ତି ଓ ସୁଦେବ ୩ଟି ଲେଖାଏଁ, ଉତ୍ତମ ସିଂ ଦୁଇଟି, ସେସେ ଗୌଡା, ମନଜିତ, ରାଜକୁମାର ପାଲ, ମାରେ ସ୍ୱର୍ଣ୍ଣ ଶକ୍ତିଭେଲ, ମନୀନ୍ଦର ସିଂ, ବିଷ୍ଣୁକାନ୍ତ ସିଂ, ଏସ୍ଭି ସୁନୀଲ ପ୍ରମୁଖ ଗୋଟିଏ ଲେଖାଏଁ ଗୋଲ୍ସ୍କୋର କରିଥିଲେ ।

Comments are closed.