କିଛି ବାର୍ତ୍ତା ପ୍ରେରଣ ବେଳେ ଆମେ ବିଭିନ୍ନ ପ୍ରକାରର ସଙ୍କେତ ବ୍ୟବହାର କରିଥାଉ । ଏଥିରେ ବିଭିନ୍ନ ପ୍ରକାରର ଅକ୍ଷର, ସଂଖ୍ୟା ଆଦି ରହିଥାଏ । ସେଥିମଧ୍ୟରୁ ‘@’ର କ୍ରେଜ ଢେର ଅଧିକା । ସୋସିଆଲ ମିଡିଆରେ ଏହାର ବହୁଳ ବ୍ୟବହାର ହୋଇଥାଏ । ତେବେ ଏହା କିଭଳି ଉଦ୍ଭାବନ ହେଲା, ଏହା ପଛରେ ମଧ୍ୟ କାହାଣୀ ରହିଛି । ‘@’ର ବ୍ୟବହାର ୧୫୩୬ରେ ଆରମ୍ଭ ହୋଇଥିଲା । ହେଲେ ସେହି ସମୟରେ ଏହାକୁ ଟ୍ୟାଗ୍ କରିବା ପାଇଁ ବ୍ୟବହାର କରାଯାଉନଥିଲା । ତେବେ ଏହାର ପ୍ରଥମ ବ୍ୟବହାର ପ୍ରାଇସ୍ ପର୍ ୟୁନିଟ୍ ପାଇଁ କରାଯାଇଥିଲା । ଏହାର ଇତିହାସକୁ ନେଇ ଅନେକ ବର୍ଣ୍ଣନା ରହିଛି ।

ପ୍ରଥମ ବର୍ଣ୍ଣନା ଅନୁସାରେ ଷଷ୍ଠ ଓ ସପ୍ତମ ଶତାବ୍ଦୀରେ ଏହାକୁ କିଛି ସାଧୁ ବାହାର କରିଥିଲେ । ସେମାନେ ନିଜର ଅନ୍ତ ବିହୀନ ପାଣ୍ଡୁଲିପିକୁ ହାତରେ ନକଲ କରିବାକୁ ନ ପଡୁ ସେଥିପାଇଁ ବିଭିନ୍ନ ଉପାୟ ବାହାର କରିଥିଲେ । ସେମାନେ ସର୍ଟକଟ୍ ପାଇଁ ଲାଟିନ୍ ଶବ୍ଦର ବ୍ୟବହାର କରିଥିଲେ, ଯେଉଁଥିରୁ ‘@’ର ସୃଷ୍ଟି । ସେହିଭଳି ଆଉ ଏକ ବର୍ଣ୍ଣନା ଅନୁସାରେ ଏହାର ପ୍ରଥମ ବ୍ୟବହାର ଫ୍ରାନ୍ସର ସାମ୍ବାଦିକମାନେ କରିଥିଲେ । ସେମାନେ ଏହାକୁ କୌଣସି ବଡ ଶବ୍ଦ ଲେଖିବାରୁ ବଞ୍ଚିବା ନିମନ୍ତେ କରୁଥିଲେ । ତୃତୀୟ ବର୍ଣ୍ଣନା ଅନୁଯାୟୀ ଏହାର ବ୍ୟବହାର ୧୫୩୬ରେ ଏକ ପତ୍ରରେ କରାଯାଇଥିଲା ।
୧୫୩୬ରେ ଫ୍ଲୋରେଣ୍ଟିନ୍ର ବ୍ୟବସାୟୀ ଫ୍ରାନେ୍ସସ୍କୋ ଲିପି ଏକ ପତ୍ର ଲେଖିଥିଲେ । ସେ ଏହି ପତ୍ରରେ ସର୍ଟହ୍ୟାଣ୍ଡ ପାଇଁ ‘@’ର ବ୍ୟବହାର କରିଥିଲେ । ତେବେ ଏହାପରେ ଅନେକ ଶତାବ୍ଦୀ ଧରି ଏହାର ବ୍ୟବହାର ହୋଇନଥିଲା । ପରେ ୧୯୭୧ରେ ଏହାର ବ୍ୟବହାର କମ୍ପୁ୍ୟଟର ବୈଜ୍ଞାନିକ ରୟ ତୋମଲିନ୍ଶନ୍ କରିଥିଲେ । ଏହି ବୈଜ୍ଞାନିକଙ୍କୁ ଏକ କାର୍ଯ୍ୟ ଦିଆଯାଇଥିଲା , ସେ ଏହି ଟାସ୍କ କରିବା ସମୟରେ ‘@’ର ବ୍ୟବହାର ଆରମ୍ଭ କରିଥିଲେ ।

Comments are closed.