ବର୍ତ୍ତମାନ ଦୁନିଆରେ ବିଜ୍ଞାନର ଅଗ୍ରଗତି ସବୁଠାରୁ ଅଧିକ ସ୍ୱାସ୍ଥ୍ୟକ୍ଷେତ୍ରରେ ହୋଇଛି । ବିଭିନ୍ନ ନୂଆ ଔଷଧ ହେଉ କିମ୍ବା ଅଙ୍ଗପ୍ରତିରୋପଣ ସବୁଥିରେ ବିଜ୍ଞାନ ଢେର ଆଗେଇଛି । ସେହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଆମେରିକାରେ । ଏଠାରେ ଜଣେ ମହିଳାଙ୍କର ପ୍ରଥମ ଥର ପାଇଁ ଥ୍ରୀଡି ପ୍ରିଣ୍ଟ କାନର ପ୍ରତିରୋପଣ କରାଯାଇଛି, ଯାହା ମହିଳାଙ୍କର ଟିସୁରୁ ହିଁ ପ୍ରସ୍ତୁତ କରାଯାଇଛି । ଏହା ପ୍ରଥମ ମନୁଷ୍ୟ କ୍ଲିନିକାଲ ଟ୍ରାଏଲ୍ ।

ମେଡିକାଲ କମ୍ପାନି ଥ୍ରିଡି ବାୟୋ ଥେରାପୁ୍ୟଟିକ୍ ସହିତ ମାଇକ୍ରୋଟିଆ କୋଙ୍ଗିଟାଲ୍ ଇଅର ଡି ଫର୍ମିଟି ଇନଷ୍ଟିଚୁ୍ୟଟ୍ ମିଳିତ ଭାବେ ଏହି ଅସ୍ତ୍ରୋପଚାର କରିଛନ୍ତି । ଏହି କାନ ଲଗାଯାଇଥିବା ରୋଗୀଙ୍କୁ ମାଇକ୍ରୋଟିଆ ନାମକ ଏକ ବିରଳ ରୋଗ ହୋଇଥିଲା । କାନଟିକୁ ମହିଳାଙ୍କ ବାମ କାନ ଭଳି ପ୍ରିଣ୍ଟ କରାଯାଇଥିଲା । ରୋଗୀଙ୍କର ଅନ୍ୟ କାନର ଥ୍ରିଡି ସ୍କାନିଂ କରାଯାଇ ଏହି କାନଟିକୁ ପ୍ରସ୍ତୁତ କରାଯାଇଛି, ଯାହା ରୋଗାଗ୍ରସ୍ତ କାନଟିକୁ ରିପ୍ଲେସ୍ କରିବ । ଏହି ଅସ୍ତ୍ରୋପଚାର ବୈଜ୍ଞାନିକଙ୍କୁ ଅନେକ ତଥ୍ୟ ପ୍ରଦାନ କରିବ ବୋଲି ସେମାନେ ଆଶା ରଖିଛନ୍ତି ।

Comments are closed.