ପାକିସ୍ତାନରେ ଶିକ୍ଷା ନେଇ ଭାରତ ସରକାରଙ୍କ କଠୋର ବିଚାର

ନୂଆଦିଲ୍ଲୀ: ଅପ୍ରେଲ ୨୩: ପାକିସ୍ତାନ ପ୍ରତି କଡ଼ା ଚେତାବନୀ ଦେଲା ଭାରତ। ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଗଲେ ଭାରତରେ ମିଳିବନି ଉଚ୍ଚ ଶିକ୍ଷା ବା ଚାକିରି ସୁଯୋଗ । ଏନେଇ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଓ ୟୁଜିସି ମିଳିତ ଭାବେ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ସେହିପରି ଯେଉଁ ପ୍ରବାସୀ ଭାରତୀୟ ଓ ସେମାନଙ୍କର ପିଲାମାନେ ପାକିସ୍ତାନରେ ଉଚ୍ଚଶିକ୍ଷା ଡିଗ୍ରୀ ହାସଲ କରିଛନ୍ତି ଗୃହ ମନ୍ତ୍ରାଳୟ ପକ୍ଷରୁ ସେମାନଙ୍କୁ ସିକ୍ୟୁରିଟି କ୍ଲିୟରାନ୍ସ ମିଳିବା ପରେ ହିଁ ସେମାନେ ଭାରତରେ ଚାକିରି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି କୁହାଯାଇଛି। ପାକ୍ ଅଧିକୃତ କାଶ୍ମୀରରେ ଥିବା ଇନ୍ଷ୍ଟିଚ୍ୟୁଟରେ ପାଠପଢ଼ା ନେଇ ୨୦୧୯ ମସିହାରେ ୟୁଜିସି ଆଡଭାଇଜରି ଜାରି କରିଥିଲା। ତେବେ ପାକିସ୍ତାନର କଲେଜ କିମ୍ବା ଶିକ୍ଷାନୁଷ୍ଠାନରେ ପାଠପଢ଼ା ନେଇ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମି ଯାଇଥିବା ବେଳେ ବର୍ତ୍ତମାନ ଜାରି ହୋଇଥିବା ଆଡଭାଇଜରିର ପ୍ରଭାବ ଆହୁରି ଅଧିକ ପଡ଼ିବ ବୋଲି ଜଣାପଡ଼ିଛି। ହଠାତ୍ ପାକିସ୍ତାନ ପ୍ରତି ଭାରତର ଏଭଳି କଡ଼ା ଆଭିମୁଖ୍ୟର କାରଣ ଜଣାପଡ଼ି ନାହିଁ।

Launching Ceremony of “AYUSHMAN BHARAT

Comments are closed.