କଟକ: ମହିଳା ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ପାଇଁ ଫିଟିଲା ବାଟ । ପୂର୍ବରୁ ଜାରି ହୋଇଥିବା କଟକଣା ହଟାଇଲେ ହାଇକୋର୍ଟ । ଫଳରେ ୨୭୫୩ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ଉପରୁ ଦ୍ଵନ୍ଦ ହଟିଛି । କେବଳ ଆଦେନକାରୀଙ୍କ ପାଇଁ ସଂରକ୍ଷିତ ରହିବ ପଦବୀ । ଅବଶିଷ୍ଟ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତା ୭ ତାରିଖ ଦିନ ହେବ ଓରିଣ୍ଟେସନ ପ୍ରୋଗ୍ରାମ I ରାମ ମନ୍ଦିର ପାଖ କ୍ୟାପିଟାଲ ହାଇସ୍କୁଲରେ ହେବ ଓରିଣ୍ଟେସନ ପ୍ରୋଗ୍ରାମ । ଏନେଇ ସକାଳ ୭ ତା ସୁଦ୍ଧା ପହଞ୍ଚିବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ।

Comments are closed.