ଇଂଲଣ୍ଡରେ ଏକ ହଜିଯାଇଥିବା ଗାଁ ପୁଣି ଦେଖିବାକୁ ମିଳିଛି । ବନ୍ୟାରେ ବୁଡି ଯାଇଥିବା ଏହି ଗାଁ ମରୁଡିରେ ପୁଣି ଦୃଶ୍ୟମାନ ହୋଇଛି । ୧୮୮୦ ଦଶକରେ ବନ୍ୟା ଆସିବା ଫଳରେ ଏକ ଗାଁ ହ୍ରଦ ଗର୍ଭରେ ବିଲୀନ ହୋଇଯାଇଥିଲା । ଏଠିକାର ଅଧିବାସୀ ୨ ମାଇଲ୍ ଦୂରରେ ଥିବା ଏକ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରୀତ ହୋଇଥିଲେ ।
ଗ୍ରାମଟି ସହସ୍ର ବର୍ଷ ପୁରୁଣା । ହ୍ରଦରେ ନିଶ୍ଚିହ୍ନ ହୋଇଯିବା ପରେ ଏହି ଗାଁକୁ ସମସ୍ତେ ଭୁଲି ଯାଇଥିଲେ । କିନ୍ତୁ ଏବେ ଦେଶରେ ମରୁଡି ପଡିବା ପରେ ଏଠିକାର ହ୍ରଦ ସବୁ ଶୁଖିଯିବାକୁ ଲାଗିଥିବା ବେଳେ ଏହି ଗାଁ ପୁଣି ଦୃଶ୍ୟମାନ ହୋଇଛି ।
େୱଲସ୍ର ପୋୱସରେ ୟାଣ୍ଣୱ୍ୱିଇ ହ୍ରଦ ଶୁଖିଯିବା ପରେ ଏହି ଗାଁଟି ପୁଣି ଦୃଶ୍ୟମାନ ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ପୂର୍ବରୁ ଗାଁରେ ଯାହା ଯେଉଁଠି ଥିଲା ତାହାସବୁ ସେହିପରି ଅଛି । ଗାଁରେ ଏକ ବଡ ଚର୍ଚ୍ଚ ଓ ୩ ଗୋଟି ପବ୍ ଥିଲା ।
ଏହା ବ୍ୟତିତ କିଛି ଦୋକାନ ବଜାର ମଧ୍ୟ ଥିଲା ଓ ୩୭ଟି ଘର ଥିଲା । ଘଟଣାଟି ହେଉଛି ୧୮୮୦ ଦଶକରେ ଲିଭରପୁଲ୍ ବାସୀଙ୍କୁ ଜଳ ଦେବା ପାଇଁ ଏଠାରେ ଏକ ବୃହତ୍ତ ଜଳାଶୟ (ହ୍ରଦ) ଖୋଳା ଗଲା ଓ ଏହି ଗାଁର ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ।
ପାଣିରେ ରାସ୍ତା ତିଆରି ପାଇଁ ଘରସବୁକୁ ଭାଙ୍ଗି ଦିଆଗଲା । ଏପରିକି କବରସ୍ଥଳୀରୁ ଶବ ବି କାଢି ନିଆଗଲା । ଏବେ ଯେତେବେଳେ ମରୁଡି କାରଣରୁ ଏହି ହ୍ରଦ ଶୁଖିଗଲା ସେତେବେଳେ ଗାଁଟି ପୁଣି ଦୃଶ୍ୟମାନ ହେଲା ।

Comments are closed.