କେଶ ସଂଗ୍ରହାଳୟ

0

ବିଶ୍ୱରେ ଏଭଳି ଅନେକ ସଂଗ୍ରହାଳୟ ବା ମ୍ୟୁଜିୟମ ରହିଛି ଯେଉଁଥିରେ ଖୁବ ଅଜବ ଅଜବ ସାମଗ୍ରୀକୁ ସଂରକ୍ଷିତ କରି ରଖାଯାଇଥାଏ । ଏହି ତାଲିକାରେ ବିଭିନ୍ନ ପ୍ରକାରର ମ୍ୟୁଜିୟମ ସାମିଲ ଅଛନ୍ତି । ବର୍ତ୍ତମାନ ସେହିଭଳି ଏକ ଅଜବ ମ୍ୟୁଜିୟମ ସୋସିଆଲ ମିଡିଆରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛି । ଆମେରିକାର ମିସୋରୀରେ ରହିଛି ଲିଲା କେଶ ମ୍ୟୁଜିୟମ, ଯାହା ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ମ୍ୟୁଜିୟମରେ ଅନେକ ବରିଷ୍ଠ ଲୋକଙ୍କର କେଶ ସାମିଲ ରହିଛି । ଏଠାରେ ହଲିଉଡ ଲିଜେଣ୍ଡ ମାର୍ଲିନ ମୁନରୋ ଓ ପୂର୍ବ ରାଷ୍ଟ୍ରପତିମାନଙ୍କର କେଶ ରହିଛି । ଏହିଭଳି ଏଠାରେ ୩ ହଜାର ଲୋକଙ୍କର କେଶକୁ ସଂରକ୍ଷିତ କରି ରଖା ଯାଇଛି । ତେବେ ଏହି କେଶରୁ ଆର୍ଟିଷ୍ଟମାନେ ଫାଇନ ଆର୍ଟ ପ୍ରସ୍ତୁତ କରି ଏହାକୁ ସଂଗ୍ରହାଳୟରେ ସ୍ଥାନ ଦେଇଛନ୍ତି । ଏପରିକି ଏହି ମ୍ୟୁଜିୟମରେ ମୃତ ବ୍ୟକ୍ତିମାନଙ୍କର କେଶରୁ ପ୍ରସ୍ତୁତ ହାର, ଘଣ୍ଟା ଭଳି ସାମଗ୍ରୀକୁ ମଧ୍ୟ ସାଇତି ରଖାଯାଇଛି । ଏହି ସମସ୍ତ ସାମଗ୍ରୀର ମୂଲ୍ୟ ପାଖାପାଖି ୮.୩ କୋଟି ହେବ ବୋଲି ଆକଳନ କରାଯାଇଥାଏ । ୧୯୫୬ରେ ଏହି ମ୍ୟୁଜିୟମର ସ୍ଥାପନା ଲୀଲା କହୁନ କରିଥିଲେ । ୧୮୮୦ ମସିହାରେ ମହିଳାମାନେ ନିଜ ପ୍ରିୟଜନଙ୍କୁ ମନେ ରଖିବାପାଇଁ ସେମାନଙ୍କ କେଶରୁ ହାର ମାଳ ପ୍ରସ୍ତୁତ କରି ସାଇତି ରଖୁଥିଲେ । ଏହାପରେ ୧୯୪୦ରେ ଲୋକମାନେ ଧୀରେଧୀରେ ପ୍ରିୟଜନଙ୍କର ଫଟୋ ରଖିବା ଆରମ୍ଭ କରିଥିଲେ ଯାହା ହେୟାର ଆର୍ଟକୁ ସମାପ୍ତ କରିଥିଲା ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.