ଜ୍ଞାନବାପି ମାମଲା: ହିନ୍ଦୁ ପକ୍ଷକୁ ଝଟ୍‌କା

ନୂଆଦିଲ୍ଲୀ: ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ଜ୍ଞାନବାପି ମସଜିଦରୁ ମିଳିଥିବା ଶିବଲିଙ୍ଗଙ୍କର କାର୍ବନ ଡେଟିଂ ମାଧ୍ୟମରେ ଏହାର ପ୍ରାଚୀନତା ନିର୍ଣ୍ଣୟ ଦାବି ଖାରଜ ହୋଇଯାଇଛି । ଶୁକ୍ରବାର ଦିନ ଜିଲ୍ଲା ନ୍ୟାୟାଳୟର ବିଚାରପତି ଡକଫର ଅଜୟ କୃଷ୍ଣ ବିଶେ୍ୱଶଙ୍କ କୋର୍ଟ ଏହି ମାମଲାର ଶୁଣାଣି କରି କାର୍ବନ ଡେଟିଂ ତଥା ଅନ୍ୟ କୌଣସି ବୈଜ୍ଞାନିକ ପଦ୍ଧତିରେ ପରୀକ୍ଷା ପାଇଁ ଦାବିକୁ ଖାରଜ କରିଛନ୍ତି ।

କୋର୍ଟଙ୍କ ଏହି ରାୟ ପରେ ହିନ୍ଦୁ ପକ୍ଷକୁ ଝଟକା ଲାଗିଛି ମିଳିଥିବା ସୂଚନା ମୁତାବକ, ବିଚାରପତି ତାଙ୍କ ରାୟରେ କହିଛନ୍ତି ଯେ ହାଇକୋର୍ଟ ମେ ୧୫ରେ ମସଜିଦ୍‌ ଭିତରେ ଥିବା ଶିବଲିଙ୍ଗଙ୍କୁ ସୁରକ୍ଷିତ ରଖିବାକୁ କହିଥିଲେ । କାର୍ବନ ଡେଟିଂ କିମ୍ବା ଅନ୍ୟ କୌଣସି ପଦ୍ଧତି ଦ୍ୱାରା ପରୀକ୍ଷା କରିବା ଶିବଲିଙ୍ଗଙ୍କୁ କ୍ଷତି ପହଞ୍ଚାଇପାରେ ଯଦି ରାଡାର ପ୍ରଣାଳୀ ଦ୍ୱାରା ମଧ୍ୟ ଅନୁସନ୍ଧାନ କରାଯାଏ ତେବେ କ୍ଷୟକ୍ଷତିର ସମ୍ଭାବନା ରହିଛି ବୋଲି ଅଦାଲତ ମତ ରଖିଥିଲେ ।

ମାମଲାର ଶୁଣାଣି କରି ବିଚାରପତି କହିଛନ୍ତି ଯେ ଶିବଲିଙ୍ଗଙ୍କର ଯଦି କିଛି କ୍ଷତି ହୁଏ, ତେବେ ଲୋକଙ୍କ ଧାର୍ମିକ ଭାବନାକୁ ଏହା ଆଘାତ ପହଞ୍ଚାଇବ ଅନ୍ୟପଟେ ଏହା ବିରୋଧରେ ବର୍ତ୍ତମାନ ହିନ୍ଦୁ ପକ୍ଷ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛି ହିନ୍ଦୁପକ୍ଷର ଓକିଲ ସୁଧୀର ତ୍ରିପାଠୀ କହିଛନ୍ତି ଯେ କୋର୍ଟ ଆମର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଯେଉଁଥିରେ ଆମେ କାର୍ବନ ଡେଟିଂ ଚାହୁଁଥିଲୁ ।

ତେଣୁ ଏଭଳି ପରିସ୍ଥିତିରେ ଆମେ ବାରାଣାସୀ କୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟ ଯିବୁ । ଆମର ଅନେକ ଆବେଦନ କୋର୍ଟରେ ଅଛି ଅନ୍ୟପଟେ ମୁସଲମାନ ପକ୍ଷର ଓକିଲ ରଇସ ଅହମ୍ମଦ ଅନସାରୀ କହିଛନ୍ତି ଯେ ଶୁଣାଣି ସମୟରେ ଆମେ କୋର୍ଟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉପସ୍ଥାପନ କରିଥିଲୁ ଯେକୌଣସି ପ୍ରକାରର ସର୍ଭେ କିମ୍ବା କାର୍ବନ ଡେଟିଂ ସୁପ୍ରିମକୋର୍ଟଙ୍କ ଆଦେଶକୁ ଉଲ୍ଲଂଘନ କରିଥାନ୍ତା ।

Govt

Comments are closed.