ଛାତ ଖରା ଓ ବର୍ଷର ଦୁହିଁରୁ ଆମକୁ ରକ୍ଷା କରେ । ହେଲେ ଗୋଟିଏ ଲୋକପ୍ରିୟ କମ୍ପାନୀ ଏହି ଭଳି ଦାମୀ ଛତା ପ୍ରସ୍ତୁତ କରିଛନ୍ତି, ଯାହା ବର୍ଷା ଦିନରେ ବ୍ୟବହାର କରିହେବନି । ସେହି କମ୍ପାନୀ ନାମ ହେଉଛି‘ଗୁଚି’ । କେବଳ ଏହା ନୁହେଁ ଛତାଟି ନିଜ ଦାମ ପାଇଁ ମଧ୍ୟ ଚର୍ଚ୍ଚାକୁ ଆସିଛି । ସାଧାରଣତଃ ଗୋଟିଏ ଛତାର ଦାମ ବଢିବଢି ହଜାରେ ପର୍ଯ୍ୟନ୍ତ ପହଞ୍ଚିପାରିବ । ହେଲେ ଏହି ଛତାର ଦାମ ଏକ ଲକ୍ଷ ।
ଗୁଚି େୱବସାଇଟ୍ରେ ଛତା ନେଇ ଦିଆଯାଇଥିବା ତଥ୍ୟରେ ଲେଖାଯାଇଛି କି, ଛତାଟି କେବଳ ଖରାରେ ବ୍ୟବହାର କରିହେବ । ତେବେ ଛତାଟିର ଦାମ ୟୁଜରର୍ସଙ୍କର ହଜମ ହୋଇନି । କେବଳ ଘରେ ସଜାଇବା ପାଇଁ ଏତେ ଟଙ୍କାର ଛତା କିଏ କ’ଣ ପାଇଁ କିଣିବ ବୋଲି ସୋସିଆଲ ମିଡିଆରେ ମତ ଆସିଛି । ଛତାଟି ବର୍ତ୍ତମାନ ଚାଇନାରେ ବିକ୍ରି ହେଉଛି । ଗୁଚି ସର୍ବଦା ନିଜର ଦାମୀ ଜିନିଷ ପାଇଁ ଚର୍ଚ୍ଚାରେ ରହିଥାଏ । କେତେ ଲୋକ ଏହି ସାମଗ୍ରୀ ଗୁଡିକୁ ପସନ୍ଦ କରୁଥିବା ବେଳେ ଅନେକ ନାପସନ୍ଦ ମଧ୍ୟ କରନ୍ତି ।

Comments are closed.