ବଢୁଛି ଅନ୍ତରୀକ୍ଷ ଆବର୍ଜନା

ଆମେରିକା: ଅନ୍ତରୀକ୍ଷକୁ ନେଇ ଅନେକ ଗବେଷଣା ଚାଲିଛି । ଏହି ଗବେଷଣାରୁ ଅନେକ ତଥ୍ୟ ମଧ୍ୟ ମିଳୁଛି । ତେବେ ସଦ୍ୟତମ ତଥ୍ୟ ଅନୁଯାୟୀ ଅନ୍ତରୀକ୍ଷରେ ଉପଗ୍ରହମାନଙ୍କର ଆବର୍ଜନା ବଢିବାରେ ଲାଗିଛି, ଯାହା ବୈଜ୍ଞାନିକଙ୍କର ଚିନ୍ତା ବଢାଇଛି । ଅନ୍ତରୀକ୍ଷର ଏହି ଆବର୍ଜନା ପୃଥିବୀ ପାଇଁ ଭବିଷ୍ୟତରେ ଅନେକ ଖରାପ କରିପାରେ । ଅନ୍ତରୀକ୍ଷରେ ବର୍ତ୍ତମାନ ଥିବା ଆବର୍ଜନାରେ ପ୍ରାକୃତିକ ଉଲକାପିଣ୍ଡ, ବିଭିନ୍ନ କୁତ୍ରିମ ବସ୍ତୁର ଖଣ୍ଡ, ନିଷ୍କ୍ରିୟ ଉପଗ୍ରହ ରହିଛି ।
ବଢୁଛି ଅନ୍ତରୀକ୍ଷ ଆବର୍ଜନା

ଆମେରିକାର ୟୁଟା ବିଶ୍ୱବିଦ୍ୟାଳୟର ଗବେଷକଙ୍କ ମତରେ ଅନ୍ତରୀକ୍ଷରେ ଧୀରେଧୀରେ ଆବର୍ଜନା ବଢିବାରେ ଲାଗିଛି । ତେଣୁ ପୃଥିବୀ ପ୍ରତି ବିପଦ ମଧ୍ୟ ବଢୁଛି । ତେବେ ଏଥିପାଇଁ ପଦକ୍ଷେପ ନେବା ଦରକାର ବୋଲି ସେମାନେ ମତ ପ୍ରକାଶ କରିଛନ୍ତି । ପୃଥିବୀର ପ୍ରଦୂଷଣ ଯେଉଁଭଳି କ୍ଷତିକାରକ ସେହିଭଳି ଅନ୍ତରୀକ୍ଷରେ ଆବର୍ଜନା ମଧ୍ୟ କ୍ଷତିକାରକ ବୋଲି ସେମାନେ ମତ ଦେଇଛନ୍ତି । ଏକ ରିପୋର୍ଟ ଅନୁସାରେ ଗତ ୧୦ ବର୍ଷ ଭିତରେ ପ୍ରାୟ ୭,୫୦୦ ମେଟ୍ରିକ୍‌ ଟନ୍‌ ଆବର୍ଜନା ବୃଦ୍ଧି ପାଇଛି । ଯାହା ଅନ୍ତରୀକ୍ଷରେ ଥିବା ଉପଗ୍ରହଙ୍କ ପାଇଁ କ୍ଷତିକାରକ । ତେବେ ଅନ୍ତରୀକ୍ଷରେ ମିଳିଥିବା ପ୍ରଥମ ଆବର୍ଜନା ଥିଲା ଗୋଟିଏ ତମ୍ବା ଛୁଞ୍ଚିର ବଣ୍ଡଲ । ଯାହାକୁ ଆମେରିକାର ସେନା ଅନ୍ତରୀକ୍ଷକୁ କ୍ଷେପଣ କରିଥିଲା ।

Comments are closed.