ଦୁର୍ନୀତି ଓ ଅପାରଗ ଯୋଗୁ ୮ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ନଭେମ୍ବର ୧୨: ରାଜ୍ୟର ଆଉ ୮ ଜଣ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କୁ ବାଧ୍ୟକାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଏମାନଙ୍କ ମଧ୍ୟରେ ନିମାପଡ଼ାର ପୂର୍ବତନ ତହସିଲଦାର ରାମଚନ୍ଦ୍ର ଜେନା ରହିଛନ୍ତି । କିଛି ଦିନ ତଳେ ତାଙ୍କ ବିରୋଧରେ ୩ଟି ଦୁର୍ନୀତିମୂଳକ ଅଭିଯୋଗ ହୋଇଥିଲା । ଭିଜିଲାନ୍‌ସ ପକ୍ଷରୁ ଯାଞ୍ଚ ବେଳେ ତାଙ୍କ ନିକଟରୁ ୫ ଲକ୍ଷ ଟଙ୍କା ଜବତ ହେବା ସହିତ ଏକାଧିକ ପ୍ୟାନ୍‌ କାର୍ଡ ମିଳିଥିଲା । ଏବେ ତାଙ୍କୁ ଭିଜିଲାନ୍‌ସ ଗିରଫ କରିଛି । ତେବେ ଏହି ୮ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩୦ ଜଣ ଅଧିକାରୀଙ୍କୁ ରାଜ୍ୟ ସରକାର ବିଦା କରିଛନ୍ତି ।

ରାମଚନ୍ଦ୍ର ଜେନାଙ୍କ ବ୍ୟତୀତ ଏହି ୮ ଅଧିକାରୀଙ୍କ ମଧ୍ୟରେ ଜଗତସିଂହପୁରର ପୂର୍ବତନ ଡେପୁଟି କଲେକଫର ତଥା ଓଏଏସ୍‌ ଅଧିକାରୀ ଗୌରାଙ୍ଗ ଚରଣ ମହାନ୍ତି , ସୁନ୍ଦରଗଡ ଲାଠିକଟାର ପୂର୍ବତନ ତହସିଲଦାର ବା ବର୍ତ୍ତମାନ ବରଗଡର ଅମ୍ବାଭୋନାରେ ବିଡିଓ ଆଲଫୋନ୍‌ସ ବିଲୁଙ୍ଗ, କେନ୍ଦୁଝର ଜଳସେଚନ ବିଭାଗ ବୈତରଣୀ ଡିଭିଜନର ପୂର୍ବତନ ସୁପରିଟେଣ୍ଡିଂ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁ , କଳାହାଣ୍ଡି ଲାଞ୍ଜିଗଡ ବ୍ଲକର ସିଡିପିଓ ମୀନା ପାତ୍ର , କଳାହାଣ୍ଡି ଥୁଆମୂଳ ରାମପୁର ସିଡିପିଓ ପୁଷ୍ପାଞ୍ଚଳି ରଥ , ଦେବଗଡର ପୂର୍ବତନ ଅବକାରୀ ଉପ ଅଧୀକ୍ଷକ ଅଜିତ କୁମାର ମହାପାତ୍ର ଓ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କ୍ୟାସିଅର ପ୍ରଭାକର ପ୍ରଧାନ ରହିଛନ୍ତି । ଏହି ସବୁ ଅଧିକାରୀଙ୍କ ବିରୋଧରେ ବହୁ ଦୁର୍ନୀତିମୂଳକ ଅଭିଯୋଗ ରହିଛି ।

Govt

Comments are closed.