ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ମାମଲା,ପତ୍ନୀ ଆଣିଲେ ହତ୍ୟା ଅଭିଯୋଗ

କଣ୍ଟାବାଞ୍ଜି : ଜେଲ ଭିତରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣା I ସ୍ତ୍ରୀଙ୍କ ବିସ୍ଫୋରକ ବୟାନ I ପ୍ଲାନ କରି ମୋ ସ୍ୱାମୀଙ୍କୁ ହତ୍ୟା କରାଯାଇଛି I ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ଗୋବିନ୍ଦଙ୍କ ସ୍ତ୍ରୀ । ଗୋବିନ୍ଦଙ୍କ ସ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ‘ ସେ ବହୁତ ଷ୍ଟ୍ରଙ୍ଗ ଲୋକ, କେବେ ବି ଆତ୍ମହତ୍ୟା କରିବେନି’ । ତାଙ୍କୁ ପ୍ଲାନ କରି ହତ୍ୟା କରାଯାଇଥିବା ଗୋବିନ୍ଦଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଗୋବିନ୍ଦଙ୍କୁ ଯିଏ ରଖିଥିଲେ ସେ ତାଙ୍କୁ ସୁରକ୍ଷିତ ରଖିବା କଥା ବୋଲି ଗୋବିନ୍ଦଙ୍କ ସ୍ତ୍ରୀ କହିଛନ୍ତି । ଗତକାଲି ରାତି ୧୧ ଟା ସମୟରେ ଗୋବିନ୍ଦ ଘରକୁ ଫୋନ କରିଥିଲେ । ଫୋନ କରି ଭଳଭନ୍ଦ କଥା ମଧ୍ୟ ବୁଝିଥିଲେ । ଜେଲରେ ସୁରକ୍ଷା ଥାଇ କେମିତି ମୋ ସ୍ୱାମୀ ଆତ୍ମହତ୍ୟା କଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିପାଇଁ କେବଳ ପୋଲିସ ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି ।

ତେବେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ । ଏନେଇ ପୋଲିସ ଡିଜି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । କେଉଁ ପରିସ୍ଥିତିରେ ଗୋବିନ୍ଦ ସାହୁର ମୃତ୍ୟୁ ହୋଇଛି, ସେନେଇ ତଦନ୍ତ ହେବ । ଅନ୍ୟପଟେ ବିରୋଧୀମାନେ ଏହାର ସିବିଆଇ ତଦନ୍ତ ଦାବି କରୁଥିଲେ ।

Launching Ceremony of “AYUSHMAN BHARAT

Comments are closed.