ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲା,କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି

ଭୁବନେଶ୍ୱର : ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲ୍‌ରେ ଆତ୍ମହତ୍ୟା କରିବା ପରେ ସାରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାପରେ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା ରାଜନୀତି Iଜେଲରେ ଗୋବିନ୍ଦ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ବେଳେ ବିରୋଧୀ ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି ଜେଲ୍‌ରେ ଏତେ ସୁରକ୍ଷା ମଧ୍ୟରେ କେମିତି ଆତ୍ମହତ୍ୟା କଲେ ଗୋବିନ୍ଦ? ଏହା ଆତ୍ମହତ୍ୟା ନା ଆଉ କିଛି? ଏହା ପଛରେ ରହିଛି କି କିଛି ଷଡ଼ଯନ୍ତ୍ର? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି । ଏହାରି ମଧ୍ୟରେ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି । ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାର ତଦନ୍ତ କରିବ ସିଆଇଡି କ୍ରାଇମବ୍ରାଞ୍ଚ । ଘଟଣାକୁ ଗମ୍ଭୀରତାର ସହ ନେଇ ପୁଲିସ ମହାନିର୍ଦେଶକ ସୁନୀଲ କୁମାର ବଂଶଲ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି । ବର୍ତ୍ତମାନ କେଶକୁ କେଶକୁ କଣ୍ଟାବାଞ୍ଜି ପୋଲିସ ହାତରୁ ନେଇ କ୍ରାଇମବ୍ରାଞ୍ଚ କରିବ ତଦନ୍ତ I କେଉଁ ପରିସ୍ଥିତିରେ ଗୋବିନ୍ଦ ସାହୁର ମୃତ୍ୟୁ ହୋଇଛି, ସେନେଇ ତଦନ୍ତ ହେବ ।

ଏନେଇ ଜେଲ୍ ଅତିରିକ୍ତ ଡିଜି ଦୀପ୍ତେଶ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି, ସମ୍ବଲପୁର ଜେଲ୍ ଡିଆଇଜି ତଦନ୍ତ ପାଇଁ କଣ୍ଟାବାଞ୍ଜି ଯାଇଛନ୍ତି। ସେ ଆମକୁ ରିପୋର୍ଟ ଦେବେ। ଏନଏଚଆରସିର ଗାଇଡଲାଇନ ଅନୁଯାୟୀ ତଦନ୍ତ ହେବ, ଯେଉଁଥିରେ ସବୁ ଦିଗକୁ ନେଇ ତଦନ୍ତ କରାଯିବ। ଏହି ଘଟଣାରେ ଅବହେଳା ହୋଇଛି କି ନାହିଁ, ସେସବୁ ଦିଗକୁ ନେଇ ତଦନ୍ତ ହୋଇଛି, ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ। ଅନ୍ୟପଟେ ବିରୋଧୀମାନେ ଏହାର ସିବିଆଇ ତଦନ୍ତ ଦାବି କରି ଆସୁଛନ୍ତି ।

ସୂଚନାନୁସାରେ,୨୦୨୧ ଅକ୍ଟୋବର ୮ ତାରିଖ ମମିତା ମେହେର ନିଖୋଜ ହୋଇଥିଲେ ଓ ଅକ୍ଟୋବର ୧୩ ତାରିଖରେ ଏ ନେଇ ସିନ୍ଧେକେଲା ଥାନାରେ ଅଭିଯୋଗ ଦାଖଲ ହୋଇଥିଲା। ଅକ୍ଟୋବର ୧୫ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଥିଲା। ମାତ୍ର ଅକ୍ଟୋବର ୧୭ରେ ଟିଟିଲାଗଡ଼ ପୁଲିସ ବାରାକରୁ ସେ ଫେରାର ହୋଇଯାଇଥିଲା। ଏହାପରେ ଅକ୍ଟୋବର ୧୯ ତାରିଖରେ ମହାଲିଙ୍ଗ ଷ୍ଟାଡିୟମ ଭିତରୁ ମମିତାର ଅର୍ଦ୍ଧଦଗ୍ଧ ଶବ ଜବତ ହେବା ସହ ସେହିଦିନ ସଂଧ୍ୟାରେ ଆଖୁବାଡ଼ିରୁ ମୁ୍ଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ ଗିରଫ କରାଯାଇ ଅକ୍ଟୋବର ୨୦ରେ କୋର୍ଟଚାଲାଣ କରାଯାଇଥିଲା।

ଅକ୍ଟୋବର ୮ ତାରିଖ ୨୦୨୧ରେ ଘଟିଥିଲା ମମିତା ହତ୍ୟାକାଣ୍ଡ। ମାମଲାର ୧୦ ମାସ ପରେ ଅଗଷ୍ଟ ୨୬ରେ ପୁଲିସ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ସେପଟେମ୍ବର ୮ରେ ମମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ ହୋଇଥଲା। କଣ୍ଟାବାଞ୍ଜି କୋର୍ଟରୁ ସାକ୍ଷୀମାନଙ୍କୁ ସମନ ଗଲା ପରେ ସେମାନେ କୋର୍ଟରେ ହାଜର ହୋଇ ବୟାନ ରେକର୍ଡ କାର୍ଯ୍ୟ ଆରମ୍ଭ ହୋଇଥିଲା। ମମିତା ମେହେରଙ୍କ ପରିବାର ଲୋକ ଓ ଅନ୍ୟ ସାକ୍ଷୀମାନଙ୍କ ବୟାନ ଅନୁଯାୟୀ ଗୋବିନ୍ଦ ଓ ରାଧେଙ୍କ ଉପରେ ଟ୍ରାଏଲ୍ ଆରମ୍ଭ ହୋଇ ଏହି ମାମଲା ଆଗକୁ ବଢ଼ିଥିଲା।

ପୂର୍ବରୁ ଜାମିନ ପାଇଁ ଆବେଦନ କରିଥିବା ଗୋବିନ୍ଦ ସାହୁକୁ ଆଜି ସ୍ଥାନୀୟ ଜେଏମ୍ଏଫସି କୋର୍ଟରେ ହଜାର କରାଯିବାର ଥିଲା I ମାତ୍ର ଏହା ପୂର୍ବରୁ ସକାଳ ୯ଟା ବେଳେ ଶୌଚ ହେବାକୁ ଯିବ କହି ଜେଲ ପରିସର ମଧ୍ୟରେ ଥିବା ରୋଷେଇଘର ପାଖରେ ଥିବା ଏକ ଗଛରେ ଗାମୁଛା ଦେଇ ଝୁଲି ପଡିଥିଲା ଗୋବିନ୍ଦ ସାହୁ I ତୁରନ୍ତ ତାଙ୍କୁ ସେଠାରୁ ଡାକ୍ତରଖାନା ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I

Launching Ceremony of “AYUSHMAN BHARAT

Comments are closed.