ନିଜ ସ୍ଥାନରେ ଜଣେ ମହିଳାଙ୍କୁ ଟିକେଟ୍‌ ଦେଲେ କଂଗ୍ରେସର ଉପସଭାପତି

ପାଣାଜୀ: ଜାନୁଆରୀ ୨୮: ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସର ଉପସଭାପତି ଲୁଇଜିନ୍‌ହୋ ଫାଲେରିଓ ବଡ଼ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନରେ ଲଢ଼ିବାକୁ ତାଙ୍କୁ ଟିକେଟ୍‌ ମିଳିଥିଲେ ମଧ୍ୟ ସେ ଏଥିରୁ ଓହରି ଯାଇଛନ୍ତି ଏବଂ ନିଜ ଟିକେଟକୁ ଜଣେ ମହିଳା ଆଇନଜୀବୀ ସେଓଲା ଆଭିଲିଆ ଭାସ୍‌ଙ୍କୁ ଦେଇଛନ୍ତି । ଏବେ ଉକ୍ତ ମହିଳା ଜଣଙ୍କ ଗୋଆର ଫାତ୍ରୋଦା ବିଧାନସଭା ଆସନରୁ ପ୍ରାର୍ଥୀ ହେବେ ।

ନିଜ ସ୍ଥାନରେ ଜଣେ ମହିଳାଙ୍କୁ ଟିକେଟ୍‌ ଦେଲେ କଂଗ୍ରେସର ଉପସଭାପତି

ଏନେଇ ଫାଲେରିଓ କହିଛନ୍ତି, ଫାତ୍ରୋଦାରୁ ମୁଁ ଟିଏମସିର ପ୍ରାର୍ଥୀରୁ ଓହରିବାକୁ ଘୋଷଣା କରୁଛି । ଏବେ ମୋ ଟିକେଟକୁ ଜଣେ ଯୁବ ମହିଳା ଆଇନଜୀବୀଙ୍କୁ ଦେଉଛି । ମହିଳା ସଶକ୍ତିକରଣ ଦିଗରେ ଦଳ ପ୍ରଚଳନ କରିଥିବା ନୀତିର ଏହା ଏକ ଅଂଶବିଶେଷ ।

ତେବେ ସେ ଏହି ନିଷ୍ପତି ନେବା ପୂର୍ବରୁ ଦଳର କର୍ମକତ୍ତାଙ୍କ ସହିତ ଆଲୋଚନା କରିଥିଲେ । ଏହା ସହିତ ସେ କହିଛନ୍ତି ଯେ, ଆମେ ବାଛି ଥିବା ମହିଳା ଜଣେ ଯୋଦ୍ଧା । ତାଙ୍କ କୌଣସି ରାଜନୀତିକ ବ୍ୟାକଗ୍ରାଉଣ୍ଡ ନାହିଁ । ସେ ହିଁ ବିଜେପିକୁ ଟMର ଦେବେ । ମମତା ବାନାର୍ଜୀ ମଧ୍ୟ ଠିକ୍‌ ସେହି କଥା ଚାହୁଁଛନ୍ତି ।

Govt

Comments are closed.