କେଶ ଲାଗି ଅଦା ଉପଚାର

ମହିଳାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ସେମାନଙ୍କ ଘନ କେଶ । କେଶକୁ ଘନ ଓ ଲମ୍ବା କରିବା ପାଇଁ ମହିଳାମାନେ ଅନେକ ଉପଚାର କରିଥା’ନ୍ତି । ତେବେ ଆପଣ ଜାଣନ୍ତି କି ଅଦା କେଶ ପାଇଁ ଏକ ଆୟୁର୍ବେଦିକ ଉପଚାର ଭାବରେ କାର୍ଯ୍ୟ କରିଥାଏ । ଅଦାରେ ଥିବା ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌, ଫସଫରସ୍‌ ଓ ଭିଟାମିନ୍‌ କେଶ ଝଡ଼ିବା ବନ୍ଦ କରି କେଶକୁ ଘନ କରିଥାଏ ।

ଅଦା ଏକ ନ୍ୟାଚୁରାଲ୍‌ କଣ୍ଡିସନର୍‌ ଭାବରେ କାମ କରିଥାଏ । ଏହା କେଶର ରୁକ୍ଷପଣ ଦୂର କରି କେଶ ମୂଳରେ ରକ୍ତ ସଞ୍ଚାଳନ ଠିକ୍‌ ରଖିଥାଏ । କେଶକୁ ଲମ୍ବା ଓ ମଜବୁତ କରିବା ପାଇଁ ଅଦାକୁ କିପରି ବ୍ୟବହାର କରିବେ ଆସ;ୁ ଜାଣିବା ।

Ginger for Hair

୧. ବଜାରରେ ମିଳୁଥିବା ଜିଞ୍ଜର୍‌ ଅଏଲ୍‌ କେଶରେ ଲଗା;ୁ । ନଚେତ ନିଜେ ଘରେ ଏହା ପ୍ରସ୍ତୁତ କର;ୁ । ଏଥିପାଇଁ ପ୍ରଥେମ ଗୋଟିଏ ଚାମଚ ଘିଅରେ ଜୋଜୋବା ଅଏଲ୍‌, ଅଲିଭ୍‌ ଅଏଲ୍‌ ଓ ଅଦା ରସ ମିଶା;ୁ । ଏହି ମିଶ୍ରଣକୁ ଭଲ ଭାବରେ ମୁଣ୍ଡରେ ମାଲିସ କରି ୩୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖ;ୁ । ସପ୍ତାହକୁ ଏପରି ଦୁଇ ଥର କର;ୁ । ଦେଖିବେ କେଶ ଝଡ଼ିବା ବନ୍ଦ ହେବା ସହ ଘନ ହେବ ।

୨. ଅଦା ଓ ଲେମ୍ବୁ ରସ ମଧ୍ୟ କେଶ ପାଇଁ ବ୍ୟବହାର କରିପାରିବେ । ୨ ଚାମଚ ଅଦା ରସରେ ୩ ଚାମଚ ରାଶି ତେଲ ଓ ଅଧା ଚାମଚ ଲେମ୍ବୁ ରସ ମିଶା;ୁ । ଏହି ମିଶ୍ରଣକୁ କେଶ ମୂଳରେ ୧୫ ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ଶାମ୍ପୂ କରିନିଅ;ୁ । ଏହା ଦ୍ୱାରା ରୁପି ସମସ୍ୟା ଦୂର ହେବ । ସପ୍ତାହକୁ ତିନିଥର ଏହି ମିଶ୍ରଣକୁ ଲଗାଇପାରିବେ ।

Ginger for Hair

୩. କେଶ ପତଳା ଥିଲେ ଅଦା ଓ ପିଆଜ ରସ ଲଗା;ୁ । ପ୍ରଥମେ ୨ ଚାମଚ ଅଦା ରସରେ ୧ ଚାମଚ ପିଆଜ ରସ ମିଶା;ୁ । ଏହି ରସକୁ କେଶ ମୂଳରେ ୨୦ ମିନିଟ୍‌ ଲଗାଇ ରଖିବା ପରେ ଧୋଇ ଦିଅ;ୁ । ସପ୍ତାହକୁ ଏପରି ଦୁଇରୁ ତିନିଥର କଲେ କେଶ ଘନ ହେବ ।

Govt

Comments are closed.