ଫ୍ଲିପ୍‌କାର୍ଟରୁ ବିଷ କିଣି କଲେ ଆତ୍ମହତ୍ୟା, କମ୍ପାନୀର ନିର୍ଦ୍ଦେଶକ ଏବଂ ପରିଚାଳକ ଗିରଫ

ଦିଲ୍ଲୀ : ଜାନୁଆରୀ ୦୪: ଗାଜିଆବାଦର ଜଣେ ବ୍ୟକ୍ତି ଫ୍ଲିପ୍‌କାର୍ଟରୁ ବିଷ ମଗାଇ ଆତ୍ମହତ୍ୟା କରିବା ପରେ କମ୍ପାନୀର ନିର୍ଦ୍ଦେଶକ ଏବଂ ପରିଚାଳକଙ୍କୁ ପୋଲିସ ଗିରଫ କରିଛି । ଏନେଇ ମୃତକଙ୍କ ଭାଇ ଗାଜିଆବାଦ କୋର୍ଟରେ କମ୍ପାନୀ ନାମରେ କେସ୍‌ କରିଥିଲେ । କୋର୍ଟର ଆଦେଶରେ ପୋଲିସ ଗିରଫ କରିଥିଲା ।

ସୂଚନା ଅନୁସାରେ, କ୍ୟାବ୍‌ ଡ୍ରାଇଭର୍‌ ଅବ୍‌ଦୁଲ ବାହିଦ୍‌ ୧୦ ଡିସେମ୍ବରରେ ୧୯୯ ଟଙ୍କା ଦେଇ ଫ୍ଲିପ୍‌କାର୍ଟରୁ ସଲ୍‌ଫସ୍‌ ମଗାଇଥିଲେ । ଏହାର ୬ଦିନ ପରେ ତାହାକୁ ଖାଇ ଆତ୍ମହତ୍ୟା କରିଥିଲେ । ଏହାପରେ ମସୁରୀରେ ରହୁଥିବା ତାଙ୍କ ସାନ ସହୀଦ୍‌ କୋର୍ଟରେ ଫ୍ଲିପ୍‌କାର୍ଟ କମ୍ପାନୀର ନିଦ୍ଦେର୍ଶକ ଏବଂ ସ୍ଥାନୀୟ ପରିଚାଳକଙ୍କ ନାମରେ କେସ୍‌ ଦାୟକ କରିଥିଲେ । ଏହାସହିତ ସେ ଗାଜିଆବାଦ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସାନ ଭାଇ ସହୀଦ୍‌ଙ୍କ ସୂଚନା ଅନୁସାରେ, ତାଙ୍କ ଭାଇ କ୍ୟାବ୍‌ ଚଳାଇ ଗୁଜୁରାଣ ମେଣ୍ଟଉଥିଲେ । ଲକ୍‌ଡାଉନ୍‌ ଫଳରେ ସେ ଅର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏଥିରେ ତାଙ୍କର ମାନସିକ ପ୍ରଭାବିତ ହୋଇଥିଲା ଏବଂ ସେ ଆତ୍ମହତ୍ୟ କରିଥିଲେ । ଏହାପରେ କୋର୍ଟ ଅଣଉଦ୍ଦ୍ୟେଶମୂଳକ ହତ୍ୟା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସକୁ ଆଦେଶ ଦେଇଥିଲା । ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରୁଛି ।

Govt

Comments are closed.