ଭାରତକୁ ବିବାହ ଡେଷ୍ଟିନେସନ୍‌ ବାଛିଲେ ବିଦେଶୀ

ଗୁଜର।ଟ : ଡିସେନମ୍ବର ୨୨: ଜର୍ମ।ନୀର ଜଣେ ଧନୀକ ବ୍ୟବସ।ୟୀ ନିଜର ଋଷୀୟ ବ।ନ୍ଧବୀଙ୍କୁ ବିବ।ହ କରିଛନ୍ତି ଭ।ରତରେ । ଭ।ରତୀୟ ହିନ୍ଦୁ ରୀତିନୀତି ଅନୁସ।ରେ ବିବ।ହ ହୋଇଛି । ଏବେ ଏହି ବିବ।ହକୁ ନେଇ ଚ।ରିଆଡେ ଚର୍ଚ୍ଚ। ହେବ।ରେ ଲ।ଗିଛି ।

ବିଦେଶରେ ଅୟସରେ ଦିନ କ।ଟୁଥିବ। ବ୍ୟବସ।ୟୀ କ୍ରିସ୍ ମୁଲ।ର ନିଜ ବ।ନ୍ଧବୀ ଜୁଲିଆ ଉଖ୍ୱ।କ।ତିନ।ଙ୍କୁ ନେଇ ଭ।ରତ ଆସି ଗୁଜର।ଟ ହିମ୍ମତନଗର ସରୋଦିୟ। ଗ।ଁରେ ରହିଥିଲେ । ଏଠ।ରେ ଜଣେ ବ୍ର।ହ୍ମଣଙ୍କ ପର।ମର୍ଶ ଲୋଡିଥିଲେ । ଏବଂ ସେ ତାଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ଆଉ ତା ପରେ ପ୍ରସ୍ତୁତ ହୋଇଥିଲ। ବିବ।ହ ବେଦୀ । ସମ୍ପୁର୍ଣ୍ଣ ହିନ୍ଦୁ ରୀତିରେ ବିବ।ହ କଲେ ଏହି ବିଦେଶୀ ବରକନ୍ୟ। । ଦୁହିଁଙ୍କ ବିବ।ହରେ ସ୍ଥ।ନୀୟ ଲୋକ ଉପସ୍ଥିତ ରହି ବିଦେଶୀ ନବ ଦମ୍ପତ୍ତିଙ୍କୁ ଶୁଭେଚ୍ଚ। ଜଣ।ଇବ। ସହ ଉପହ।ର ମଧ୍ୟ ଦେଇଥିଲେ ।

ଆମ ଦେଶର ଅଧିକ।ଂଶ ସେଲିବ୍ରିଟି ବିଦେଶ ଯ।ଇ ସେଠ।ରେ ବହୁ ଅର୍ଥ ବ୍ୟୟ କରି ବିବ।ହ କରୁଥିବ।ବେଳେ ବିଦେଶର ଏହି ଧନୀ ବ୍ୟବସ।ୟୀ ବିବ।ହ ପ।ଇଁ ଭ।ରତକୁ ବ।ଛିଲେ କ।ହିଁକି । ଏହାର ଉତ୍ତରରେ କ୍ରିସ ଯାହା କହିଲେ ତାହା ସମସ୍ତଙ୍କ ମନ କିଣି ନେଇଥିଲା। କ୍ରିସ୍ ଜର୍ମାନୀର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ତେବେ ସେ ନିଜ ଆୟସପୂର୍ଣ ଜୀବନରୁ ବିରାମ ପାଇଁ ବିଶ୍ୱ ଭ୍ରମଣରେ ବାହାରିଥିଲେ। ଏହି ଭ୍ରମଣ ସମୟରେ ସେ ଭାରତ ଆସିଥିଲେ। ଏବଂ ଭାରତର ସବୁ କଳା ଓ ସଂସ୍କ୍‌ୃତି ତାଙ୍କ ମନ କିଣି ନେଇଥିଲା ଏବଂ ସେ ଯେବେ ବି ବିବାହ କରିବେ ଏହି ଭାରତରେ ହିଁ କରିବେ ବୋଲି ନିର୍ଣୟ କରିଥିଲେ। ହେଲେ ଏବେ ତାଙ୍କର ଏହି ମନସ୍କାମନା ପୂର୍ଣ ହୋଇଛି ବୋଲି କୁହନ୍ତି କ୍ରିସ୍‌। ହିନ୍ଦୁ ରୀତିରେ ବିବ।ହ ତ।ଙ୍କୁ ଏକ ଅଭୂତପୂର୍ବ ଅନୁଭୂତି ଆଣି ଦେଇଛି ବୋଲି କହିଛନ୍ତି କ୍ରିସ୍ । ତ।ଙ୍କର ଏପରି ପଦକ୍ଷେପରେ ସୋସିଆଲ ମିଡିଆର ୟୁଜର୍ସ ତ।ଙ୍କୁ ବ।ହ।ବ। ନକରି ରହିପ।ରୁନ।ହ।ଁନ୍ତି ।

ଖାଲି ଏତିକି ନୁହେଁ ଏଠିକ।ର ସଂସ୍କୃତି ପ୍ରତି ତ।ଙ୍କର ଗଭୀର ଭକ୍ତି ଓ ଶ୍ରଦ୍ଧ। ରହିଛି ବୋଲି କହିଛନ୍ତି କ୍ରିସ୍ ମୁଲ।ର । ଏଠ।ରେ ସେ ନିଜର ଗୁରୁ ଗ୍ରହଣ କରି ଦୀକ୍ଷିତ ମଧ୍ୟ ହୋଇଛନ୍ତି କ୍ରିସ୍ ଓ ଜୁଲିଆ ।

Govt

Comments are closed.