ଏଲିଅନ ହୋଇପାରନ୍ତି ପେଙ୍ଗୁଇନ୍‌ !

ଆାମେରିକା: ସେପ୍‌ଟେମ୍ବର ୧୬: ବୈଜ୍ଞାନିକମାନେ ଏଲିଅନ ବା ଅନ୍ୟ ଗ୍ରହରେ ଜୀବର ଅସ୍ତିତ୍ୱ ନେଇ ଦାବିକୁ କଦାପି ପ୍ରତ୍ୟାଖ୍ୟାନ କରୁନାହାନ୍ତି । ଏହାସହ ବୈଜ୍ଞାନିକମାନେ ସବୁବେଳେ ଏଲିଅନମାନଙ୍କ ସନ୍ଧାନରେ ଲାଗିଛନ୍ତି । ଗତ କିଛି ବର୍ଷ ହେଲା ଏଲିଅନଙ୍କୁ ନେଇ ଗବେଷଣା ମଧ୍ୟ ଜୋର ଧରିଛି । ବର୍ତ୍ତମାନ ଏଲିଅନ ଏବଂ ପେଙ୍ଗୁଇନ ସହିତ ଜଡ଼ିତ ଏକ ନୂତନ ସିଦ୍ଧାନ୍ତ ପ୍ରକାଶ ପାଇଛି, ଯାହା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ପେଙ୍ଗୁଇନ ପ୍ରକୃତରେ ଅନ୍ୟ ଗ୍ରହର ପ୍ରାଣୀ ହୋଇପାରନ୍ତି । ବୈଜ୍ଞାନିକମାନେ କହିଛନ୍ତି ଯେ, ପେଙ୍ଗୁଇନର ମଳରୁ ଏପରି ରାସାୟନିକ ପଦାର୍ଥ ମିଳିଛି ଯାହାକୁ ଶୁକ୍ର ଗ୍ରହରେ ମିଳିଥାଏ । ମଳରୁ ଫସ୍‌ଫାଇନ୍‌ ନାମକ ଏକ ରାସାୟନିକ ପଦାର୍ଥ ପାଇଛନ୍ତି, ଯାହା ଶୁକ୍ର ଗ୍ରହରେ ମିଳିଥାଏ । କିନ୍ତୁ ଶୁକ୍ର ଗ୍ରହଠାରୁ ଲକ୍ଷ ଲକ୍ଷ ଦୂରରେ ଥିବା ପୃଥିବୀକୁ କିପରି ଏହି ରାସାୟନିକ ପଦାର୍ଥ ଆସିଲା, ସେ ବିଷୟରେ ବୈଜ୍ଞାନିକମାନଙ୍କ ପାଖରେ କୌଣସି ଉତ୍ତର ନାହିଁ । ବୈଜ୍ଞାନିକମାନେ ଏବେ ‘ଜେଣ୍ଟୁ ପେଙ୍ଗୁଇନ’ମାନଙ୍କର ଜୀବନଶୈଳୀ ଉପରେ ଅନୁସନ୍ଧାନ କରିବେ କାରଣ ଏହି ପ୍ରଜାତିର ପେଙ୍ଗୁଇନଙ୍କ ମଳରୁ ଏହି କେମିକାଲ ମିଳିଛି । ଦକ୍ଷିଣ ଆଟଲାଣ୍ଟିକରେ ଥିବା ଫାକଲାଣ୍ଡ ଆଇଲାଣ୍ଡରେ ଏହି ପ୍ରଜାତିର ପେଙ୍ଗୁଇନ ବସବାସ କରିଥାନ୍ତି । ଲଣ୍ଡନର ଇମ୍ପେରିଆଲ କଲେଜର ପ୍ରଫେସର ଡେଭ୍‌ କ୍ଲେମେଣ୍ଟସ କହିଛନ୍ତି ଯେ ଫସଫାଇନ ମିଳିଛି ବୋଲି ସେ ବିଶ୍ୱାସ କରନ୍ତି କିନ୍ତୁ ପୃଥିବୀରେ ଫସଫାଇନ ତିଆରି ହେବା ମାଧ୍ୟମ କଣ ତାହାର ଉତ୍ତର ସେମାନଙ୍କ ପାଖରେ ନାହିଁ । ସେ କହିଛନ୍ତି ଯେ, କିଛି ବ୍ୟାକେଫରିଆ ଅଛନ୍ତି ଯାହା ଫସ୍‌ଫାଇନ୍‌ ତିଆରି କରନ୍ତି । ଏହା ପେଙ୍ଗୁଇନର ମଳ ଏବଂ ପୋଖରୀ ନିକଟସ୍ଥ ଜଳାଶୟରେ ମିଳିଥାଏ । ବ୍ରିଟିଶ ବୈଜ୍ଞାନିକ ଦାବି କରିଛନ୍ତି ଯେ ପେଙ୍ଗୁଇନ ଉପରେ ଗବେଷଣା କରି ସେମାନେ ଅନ୍ୟ ଗ୍ରହର ଜୀବ ବିଷ୍ୟରେ ମଧ୍ୟ ଜାଣିପାରିବେ ।

Launching Ceremony of “AYUSHMAN BHARAT

Comments are closed.