ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଭୟାବହ ଅଗ୍ନିକାଣ୍ଡ

ବାଲେଶ୍ୱର : ରନ୍ଧନ ଗ୍ୟାସ ସିଲିଣ୍ଡର ଗୋଦାମରେ ଭୟଙ୍କର ବିସ୍ଫୋରଣ । ୫ ରୁ ଅଧିକ ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଦୋକାନ ଘର । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ବଳରାମଡି ନାଉପାଳଗଡିରେ ଘଟିଛି ଏହି ଅଘଟଣ । ତେବେ ସୌଭାଗ୍ୟକୁ ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି । ମାତ୍ର ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ପାଖାପାଖି ୫୦୦ ମିଟର ପର୍ଯ୍ୟନ୍ତ ସିଲିଣ୍ଡରର ଟୁକୁଡା ସବୁ ଛିଟିକି ପଡିଥିଲା I ଦୁର୍ଘଟଣାର ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କେଉଁ କାରଣ ପାଇଁ ବିସ୍ଫୋରଣ ଘଟିଲା ତାର କାରଣ ଜଣାପଡ଼ିନାହିଁ।

Govt

Comments are closed.