୩୯ତମ ବିସିସିଆଇ ଅଧ୍ୟକ୍ଷ ହେଲେ ଗାଙ୍ଗୁଲି

ସମୟ ଲାଇଭ,୨୩/୧୦:  ଯେଉଁଠି ଦିନେ ଖେଳୁଥିଲେ ସେଇଠି ଆଜି ଅଧ୍ୟକ୍ଷ। ବିଶ୍ୱର ସବୁଠୁ ଧନୀ କ୍ରକେଟ ବୋର୍ଡର ସଭାପତି ହେଲେ ବେଙ୍ଗଲ ବୟ ସୈାରଭ ଗାଙ୍ଗୁଲି। ମାତ୍ର ନଅ ମାସ ପାଇଁ ସେ ଏହି ପଦରେ ରହିବେ ବୋଲି ନିଷ୍ପତି ହୋଇଛି। ୨୦୨୦ ଜୁଲାଇ ମାସ ପର୍ଯ୍ୟନ୍ତ ସୈାରଭ ଏହି ପଦ ସମ୍ଭାଳିବେ। ସେ ବେଙ୍ଗଲ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଇଛନ୍ତି ଓ ଆଇପିଏଲରେ ଖେଳିବା ସହ ପରାମର୍ଶଦାତା ହିସାବରେ ଅନେକ ଅଭିଜ୍ଞତା ତାଙ୍କର ରହିଛି। କ୍ରୀଡ଼ା କ୍ଷେତ୍ରରେ ଥିବା ସମସ୍ୟା ସବୁକୁ ସମାଧାନ କରିି ଖେଳାଳୀ ଓ ଟିମ ଭିତରେ କିପରି ଭଲ ସମ୍ପର୍କ ରହିପାରିବ ସେ ଦିଗରେ କାମ କରିବେ ବୋଲି କହିଛନ୍ତି ଗାଙ୍ଗୁଲି।

Launching Ceremony of “AYUSHMAN BHARAT

Comments are closed.