ଜୀବନର ଗୀତି

ଡ଼. ଚୌଧୁରୀ ସଂଯୁକ୍ତା ଷଡ଼ଙ୍ଗୀ ଅବସରପ୍ରାପ୍ତ ଅଧ୍ୟାପିକା, ଓଡ଼ିଆ ବିଭାଗ

0

ଜୀବନର ଫୁଲ ଫୁଟୁ ସାହିତ୍ୟ କାନନେ
ସୁଖ ସାଥେ କିଛି ଦୁଃଖ ପ୍ରେମ ଥାଉ ପ୍ରାଣେ

ବିଶ୍ୱାସର ଚାରାଟିଏ ମନ କ୍ଷେତେ ଥାପି
ଆସ କବି ରଚିଯାଅ ଜୀବନର ଗୀତି।

ସତ୍ୟ,ଶାନ୍ତି, ଦୟା, କ୍ଷମା ଜଳ ସିଞ୍ଚ ନିତି
ଶାଖା, ପ୍ରଶାଖା ସଂସ୍କୃତି ମୋ ଜାତିର କୀର୍ତ୍ତି
ଫୁଲ ଫୁଟି ତା’ର ବାସ ଚହଟିବ ଯେବେ

ସବୁରି ଅନ୍ତର ଭରି ମହକିବ ଭବେ।

ହାତକୁ ହାତ ବଢ଼ାଇ ଭାଇ ବନ୍ଧୁ ସେବା
ସବୁରୀ ମନେ ସଂଯୋଗ ସଂପ୍ରିତୀ ବାଣ୍ଟିବା
ମାତୃଭୂମି, ମାତୃଭାଷାରେ ଜୀବନ
ଏକ ମନ ଦେଶେ ପ୍ରଗତିକରଣ।

ସବୁରି ଓଠରେ ହସ ଭରିଦେବା ପାଇଁ
କର୍ମ ଥାଉ ତ୍ୟାଗ ସାଥେ ମୋ ଭଉଣୀ ଭାଇ
ସେବା ମନୋଭାବ ରଖ ନିଜ ମୁକ୍ତି ପାଇଁ
ପାପେ ଅର୍ଜିବାକୁ ଥୋଡ଼ା ନ ଭାଳରେ କେହି।

ଅନ୍ୟାୟ ଦୁଷ୍କର୍ମ ଯେତେ ଦୂରେ ଫିଙ୍ଗି
ନ୍ୟାୟେ ଥବଲେ କାଳ ସ୍ରୋତେ ଧୀରେ ଯିବୁ ଲଘିଂ
ଜୀବନ ମୂଲ ଅମୂଲ ସମ୍ପଦ କି ତୁଳ
ମାୟା ପଛେ ଧାଇଁ ବୃଥା ନ ହୁଅ ବାତୁଳ।

ହିଂସା, କପଟ, ଛଳନା କାହାକୁ ତୁ କରୁ
ନିଜ ପାଇଁ ଖାତ ସିନା ଆପେ ତୁହି ଖୋଳୁ
ଏବାଟେ ଯାଇ ଅନେକେ ଭୋଗିଛନ୍ତି ଯାହା
ଜାଣୁ ତାଙ୍କ ଭାଗ୍ୟ ସିନା କେହି ନବୋଲେ ଆହା।

ମୋ ଦେଶେ କବି-ସମାଜ ଗୀତା ଭାଗବତ
ରଚି ଧରାପରେ ଯେହୁ ଅମର ବିଖ୍ୟାତ
ସେ ପଥରେ ଯେ ପଥିକ ଲଭିଛି ଅମୃତ
ସତ୍ୟ ଧର୍ମ ନ୍ୟାୟ ମାର୍ଗେ ଜୀବନ ଉନ୍ମୁକ୍ତ।

ବୈକୁଣ୍ଠ ସମାନ ହେବ ଏ ମର୍ତ୍ତ୍ୟ ଭୁବନ
ସଭିଏଁ ମୋ ଆପଣାର କେହି ନୁହେଁ ପର
ଏକ ମନ ଏକ ପ୍ରାଣ ଏକାତ୍ମ ମଣିବା
ଦୁଃଖ ଥାଉ ସାହସର ସହ ବଢ଼ିବା।

ଧୈର୍ଯ୍ୟ ଥିଲେ ସଫଳତାର ସିଡ଼ି ହୁଏ ଚଢ଼ି
ଲକ୍ଷ୍ୟପଥ ଦୁର୍ଗମ ଯେ ସ୍ୱାଭିମାନ ବାଢ଼ି
ଲଙ୍ଘି ବିଷମ ପଥକୁ ପାରିବୁ ଯେ ଜିଣି
ସଂଶୟ ନରହୁ ମନେ ବିଶ୍ୱାସେ ତୁ ଜିଣି।

ଏଇତ ଜୀବନ ଗୀତି ଗାଇ ବସେ କବି
ମୋ ସାହିତ୍ୟ ମୋ ଜୀବନ ଅଛି ଅନୁଭବୀ
ମୋ ଆଖିରୁ ଲୁହ ପୋଛି ହସାଇଛି ମୋତେ
ଶିଖାଇଛି ବଞ୍ôଚବାର ମାନେ କାହିଁ କେତେ।

Leave A Reply

Your email address will not be published.