ଓଡିଆ ଗୀତ ଗାଇ ଚର୍ଚ୍ଚାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌

ଭୁବନେଶ୍ୱର: ମାର୍ଚ୍ଚ ୦୨: ଓଡ଼ିଆରେ ଗୀତ ଗାଇ ପ୍ରଥମେ ବେଶ୍‌ ପ୍ରଶଂସା ପାଇଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବେ ପୁଣି ଏକ ଓଡ଼ିଆ ଗୀତ ବନ୍ଦେ ଉତ୍କଳ ଜନନୀ ଗାଇଛନ୍ତି । ପ୍ରେମାନନ୍ଦଙ୍କ ନିର୍ଦ୍ଦେଶନାରେ ମ୍ୟୁଜିକ ଷ୍ଟୁଡିଓରେ ଏହି ଗୀତ ରେକର୍ଡିଂ କରାଯାଇଛି । ଯେବେ ଯେବେ ସମୟ ମିଳିଛି ନିଜର ଯାଦୁଗରୀ ସ୍ୱରରେ ସେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ପ୍ରଥମେ ଏଇ ମାଟି ଓଡ଼ିଶା ସଂଗୀତରେ କଣ୍ଠଦାନ ଆଉ ଏବେ ବନ୍ଦେ ଉତ୍କଳ ଜନନୀ ଗୀତରେ କଣ୍ଠଦାନ କରିଛନ୍ତି ରାଜ୍ୟପାଳ ।ଦ୍ୱିତୀୟଥର ରେକର୍ଡିଂ ଷ୍ଟୁଡିଓକୁ ଯାଇ ଓଡିଶା ଏବଂ ଓଡ଼ିଆଙ୍କ ପାଇଁ ରାଜ୍ୟପାଳ ଗୀତ ଗାଇଛନ୍ତି । ଓଡ଼ିଶାର ଭାଷା ସାହିତ୍ୟ ଓ ସଂସ୍କୃତିକୁ ଭଲପାଉଥିବାର ସେ ଜଣେ ବିରଳ ବ୍ୟକ୍ତିତ୍ୱ ।ସୂଚନା ଅନୁସାରେ, ରାଜ୍ୟପାଳ ଏହି ଗୀତ ଗାଇବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଗୀତର ଟ୍ରାକକୁ ନେଇ ରାଜଭବନ ଯାଇଥିଲେ । ଟ୍ରାକ ଶୁଣି ଗୀତ ଗାଇବା ପାଇଁ ରାଜି ହେବାପରେ ଏହି ଗୀତ ରେକର୍ଡିଂ କରାଯାଇଛି । କେବଳ ଗୀତ ରେକର୍ଡିଂ ନୁହେଁ ଗୀତର ମ୍ୟୁଜିକ ଭିଡିଓରେ ମଧ୍ୟ ଅଭିନୟ କରିବା ପାଇଁ ରାଜ୍ୟପାଳ ସହମତି ଦେଇଛନ୍ତି । ଏହି ଗୀତରେ ରାଜ୍ୟପାଳଙ୍କ ସହ ହ୍ୟୁମାନ ସାଗର ଓ ଦିପ୍ତୀରେଖା ମଧ୍ୟ କଣ୍ଠଦାନ ଦେଇଛନ୍ତି ।

Govt

Comments are closed.