ଆସନ୍ତା କାଲିଠାରୁ ସ୍ପେସାଲ ଓଜେଇଇ, ରାଜ୍ୟର ୨୮ଟି ସହରରେ ହେବ ପରୀକ୍ଷା କେନ୍ଦ୍ର

ଭୁବନେଶ୍ବର: ରାଜ୍ୟରେ ସେପ୍ଟେମ୍ୱର ୩ରୁ ଆରମ୍ଭ ହେବାକୁ ଯାଉଛି ସ୍ପେସାଲ ଓଜେଇଇ ପରୀକ୍ଷା । ଏଥିପାଇଁ ୩ଟି ତାରିଖ ଧାର୍ଯ୍ୟ କରାଯାଇଛି I ସେହିଅନୁସାରେ ଏହା ସେପ୍ଟେମ୍ବର ୩,୪ ଓ ୭ ତାରିଖରେ ଅନୁଷ୍ଠିତ ହେବ। ଏମବିଏ, ବି ଟେକ, ବି ଫାର୍ମା ବିଭାଗର ପରୀକ୍ଷା ହେବ। ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା। ସନ୍ଧ୍ୟା ୫ ଟାରେ ସରିବ ପରୀକ୍ଷା। ୪ଟି ସିଫ୍ଟରେ ପରୀକ୍ଷାର୍ଥୀ ଦେବେ ପରୀକ୍ଷା I ସ୍ପେସାଲ ଓଜେଇଇରେ ମୋଟ ୨୮,୬୨୦ ଜଣ ପରୀକ୍ଷାର୍ଥୀ ଦେବେ।। ପରୀକ୍ଷାର୍ଥୀଙ୍କ ପାଇଁ ୨୮ ସହରରେ ୩୮ଟି ପରୀକ୍ଷା କେନ୍ଦ୍ର ହୋଇଛି । ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଏବଂ ପାଟନାରେ ମଧ୍ୟ କେନ୍ଦ୍ର ରହିବ। ଆଜି ପରୀକ୍ଷାର୍ଥୀ ମାନେ ଆଡମିଟ୍ କାର୍ଡଗୁଡ଼ିକ ଡାଉନଲୋଡ୍ କରିପାରିବେ । ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଓଜେଇଇ ୱେବସାଇଟରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦିପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

 

Govt

Comments are closed.