ଫର୍ମୂଲା ୱାନର ‘୨୦୨୩’ ଋତୁରେ ୨୪ ରେସ୍‌

ପ୍ୟାରିସ୍‌ : ଫର୍ମୁଲା ୱାନ୍‌ କାର୍‌ ରେସିଂର ଆଗାମୀ ଋତୁ (୨୦୨୩ ବର୍ଷ)ରେ ରେକର୍ଡ ୨୪ ରେସ୍‌ ଦେଖିବାକୁ ମିଳିବ । ଯାହା ଚଳିତ ବର୍ଷଠାରୁ ୨ ଅଧିକ । ୨୦୨୩ରେ ଆମେରିକାର ଲସ୍‌ ଭେଗାସରେ ପ୍ରଥମ ଥର ଲାଗି ଫ୍ଲଡ୍‌ ଲାଇଟରେ ରେସିଂ ହେବ । ସେହିଭଳି ମୋନାକୋରେ ୨୦୨୫ ମସିହା ପର୍ଯ୍ୟନ୍ତ ଲଗାତାର ଫର୍ମୁଲା ୱାନ୍‌ ଆୟୋଜିତ ହେବ ।

ଫର୍ମୂଲା ୱାନର ‘୨୦୨୩’ ଋତୁରେ ୨୪ ରେସ୍‌

ତା’ ସହ ୨୦୨୩ରେ ଫର୍ମୁଲା ୱାନ୍‌ ସୂଚୀକୁ ଚୀନ୍‌ (ସାଂଘାଇ) ଫେରିଛି । ମଙ୍ଗଳବାର ଘୋଷଣା କରାଯାଇଥିବା କ୍ୟାଲେଣ୍ଡର ଅନୁସାରେ ମାର୍ଚ୍ଚ ୫ରେ ୨୦୨୩ର ପ୍ରଥମ ଫର୍ମୁଲା ୱାନ୍‌ ରେସ୍‌ ବାହାରିେ[୍ର ଆୟୋଜିତ ହେବ । ସେହିଭଳି ନଭେମ୍ବର ୨୬ ତାରିଖରେ ଆୟୋଜିତ ହେବାକୁ ଥିବା ଆବୁଧାବି ରେସ୍‌ ହେବ ବର୍ଷର ଶେଷ ରେସ୍‌ ।

ଫର୍ମୂଲା ୱାନର ‘୨୦୨୩’ ଋତୁରେ ୨୪ ରେସ୍‌

ଚଳିତ ବର୍ଷର ଫର୍ମୁଲା ୱାନ୍‌ କ୍ୟାଲେଣ୍ଡରରେ ୨୩ଟି ରେସ୍‌ ଥିଲା ।
ରୁଷିଆର ସୋଚି ସର୍କିଟ୍ରେ ହେବାକୁଥିବା ରେସ୍‌ ୟୁକ୍ରେନ୍‌ ଯୁଦ୍ଧ ପାଇଁ ବାତିଲ ହେବା ପରେ ଏହା ୨୨କୁ ହ ୍ରାସ ପାଇଥିଲା । ୨୦୨୩ରେ ଆୟୋଜିତ ହେବାକୁ ଥିବା ଫର୍ମୁଲା ୱାନ୍‌ ରେସଗୁଡ଼ିକ ହେଲା ବାହାରିନ୍‌ ଗ୍ରାଁପ୍ରି- ମାର୍ଚ୍ଚ ୫, ଜେଦା (ସାଉଦି ଆରବ)- ମାର୍ଚ୍ଚ ୧୯, ଅଷ୍ଟ୍ରେଲିଆ (ମେଲବର୍ଣ୍ଣ)- ଏପ୍ରିଲ ୨, ଚୀନ୍‌ (ସାଂଘାଇ)- ଏପ୍ରିଲ ୧୬, ଆଜାରବାଇଜାନ (ବକୁ)- ଏପ୍ରିଲ ୩୦, ମିଆମି- ମେ’ ୭, ଏମିଲି ରୋମାଙ୍ଗା (ଇମୋଲା)- ମେ’ ୨୧, ମୋନାକୋ- ମେ’ ୨୮, ସ୍ପେନ୍‌ (ବାର୍ସେଲୋନା)- ଜୁନ୍‌ ୪, କାନାଡା (ମଣ୍ଟ୍ରିଲ)- ଜୁନ୍‌ ୧୮, ଅଷ୍ଟ୍ରିଆ (ସ୍ପିଲବର୍ଗ)- ଜୁଲାଇ ୨, ବ୍ରିଟେନ୍‌ (ସିଲଭରଷ୍ଟୋନ୍‌)- ଜୁଲାଇ ୯, ହଙ୍ଗେରୀ- ଜୁଲାଇ ୨୩, ବେଲଜିୟମ- ଜୁଲାଇ ୩୦, ନେଦରଲାଣ୍ଡ୍ସ- ଅଗଷ୍ଟ ୨୭, ଇଟାଲୀ (ମୋଞ୍ଜା)- ସେପେଫମ୍ବର ୩, ସିଙ୍ଗାପୁର- ସେପେଫମ୍ବର ୧୭, ଜାପାନ (ସୁଜୁକା)- ସେପେଫମ୍ବର ୨୪, କାତାର- ଅକେଫାବର ୮, ଆମେରିକା (ଅଷ୍ଟିନ)- ଅକେଫାବର ୨୨, ବ୍ରାଜିଲ- ନଭେମ୍ବର ୫, ଆମେରିକା (ଲସ୍‌ ଭେଗାସ୍‌)- ନଭେମ୍ବର ୧୮, ଆବୁଧାବି- ନଭେମ୍ବର ୨୬

Govt

Comments are closed.