ପୂର୍ବତନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାସଙ୍କ ପରଲୋକ

ଭୁବନେଶ୍ୱର: ନଭେମ୍ବର ୧୭: ପୂର୍ବତନ ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାସଙ୍କ ପରଲୋକ ଘଟିଛି । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ଅସୁସ୍ଥତା କାରଣରୁ ୨ଦିନ ତଳେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମୃତୁ୍ୟ ବେଳକୁ ତାଙ୍କୁ ୮୭ବର୍ଷ ବୟସ ହୋଇଥିଲା । ତାଙ୍କ ମୃତୁ୍ୟ ଖବର ପାଇବା ପରେ ବହୁ ବିଶିଷ୍ଠ ବ୍ୟକ୍ତି ଫରେଷ୍ଟ ପାର୍କସ୍ଥିତ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ଅପରାହ୍ନ ସମୟରେ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି ।

ବିଜୁ ପଟ୍ଟନାୟକ ଓ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ଦୁଇ ଦୁଇ ଥର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ତୁଲାଇଛନ୍ତି । ଯାଜପୁରର କମାଗଡ଼ରେ ସେ ଜନ୍ମ ଗ୍ରହଣ କରିଥିଲେ । ରେଭେନ୍‌ସା କଲେଜିଏଟ୍‌ ସ୍କୁଲ ଓ ରେଭେନ୍‌ସା କଲେଜରୁ ଶିକ୍ଷା ଲାଭ କରି ସେ ପରବର୍ତ୍ତୀ ସମୟରେ ପାଟନାରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ଏହାପରେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ନିଜର ବୃତ୍ତି ଜୀବନରେ ସେ ଶିଳ୍ପ, ଗୃହ, ଅର୍ଥ ବିଭାଗରେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବି ସମ୍ଭାଳିଥିଲେ ।

Launching Ceremony of “AYUSHMAN BHARAT

Comments are closed.