ଆଫଗାନିସ୍ତାନ: ମାର୍ଚ୍ଚ ୨୧: ଆଫଗାନିସ୍ତାନ ଅର୍ଥମନ୍ତ୍ରୀ ଖାଲିଦ ପାୟେନ୍ଦାଙ୍କ ଶୋଚନୀୟ ଅବସ୍ଥା । ଆଫଗାନିସ୍ତାନର ଶେଷ ଅର୍ଥମନ୍ତ୍ରୀ ଏବେ ଆମେରିକାରେ ଉବେର ଡ୍ରାଇଭର । ତାଲିବାନ ଆତଙ୍କବାଦୀଙ୍କ ଦ୍ୱାରା କାବୁଲ ପତନର କିଛି ଦିନ ପୂର୍ବରୁ ସେ ଆଫଗାନିସ୍ତାନ ସରକାରଙ୍କ ଅର୍ଥମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏବେ ୱାଶିଂଟନରେ ଉବେର ଚଳାଇ ସେ ନିଜ ଜୀବିକା ନିର୍ବାହ କରୁଛନ୍ତି । ଏହା ସହ ଜର୍ଜଟାଉନ୍ ୟୁନିଭରସିଟିରେ ସହକାରୀ ପ୍ରଫେସର ଭାବେ କାମ କରି ସେମିଷ୍ଟାର ପିଛା ୨ ହଜାର ଡଲାର ନେଉଛନ୍ତି । ଏକ ସାକ୍ଷାତକାରରେ ନିଜ ମନ୍ତ୍ରୀତ୍ୱର ଶେଷ କିଛି ଦିନର କଥା ମନେପକାଇଥିଲେ । କହିଥିଲେ ଏକ କମ୍ପାନୀକୁ ଅର୍ଥ ପୈଠ କରିବାରେ ବିଫଳ ହେବାରୁ ଅସରଫ ଘନି ତାଙ୍କୁ ଏକ ପବ୍ଲିକ୍ ମିଟିଂରେ ଭର୍ତ୍ସନା କରିଥିଲେ । ମିଥ୍ୟା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଭୟ ସୃଷ୍ଟି ହୋଇଥିଲା । ତେଣୁ ସେ ତୁରନ୍ତ ଦେଶ ଛାଡି ଆମେରିକା ପଳାଇଯାଇଥିଲେ । ସେ ଦେଶ ଛାଡିବାର କିଛିଦିନ ପୂର୍ବରୁ ପତ୍ନୀ ଓ ପିଲାଙ୍କୁ ଆମେରିକା ପଠାଇ ଦେଇଥିବା କହିଛନ୍ତି ଖାଲିଦ ପାୟେନ୍ଦା ।

Comments are closed.