କୋଲକତା : ବିଜେପିର ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ରୂପା ଗାଙ୍ଗୁଲୀ ଗିରଫ । ଧାରଣାସ୍ଥଳରୁ ଉଠାଇ ନେଇଛି କୋଲକାତା ପୋଲିସ। ଲାଲବଜାରସ୍ଥିତ ପୋଲିସ ମୁଖ୍ୟାଳୟରେ ତାଙ୍କୁ ରଖାଯାଇଛି। ଗତ ବୁଧୁବାର ରାତିରୁ ସେ ବାଂସଦ୍ରୋଣୀ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଜଣେ ବିଜେପି ନେତାଙ୍କୁ ଖଲାସ ଦାବିରେ ସେ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ ।
ସୂଚନାନୁସାରେ,ଗତ ଅକ୍ଟୋବର ୨ରେ ବଂଶଦ୍ରୋଣୀ ଅଞ୍ଚଳରେ ଏକ ଦୁର୍ଘଟଣାରେ ଜଣେ ନବମ ଶ୍ରେଣୀ ଛାତ୍ରର ମୃତ୍ୟୁକୁ ନେଇ ଆନ୍ଦୋଳନ ହୋଇଥିଲା। ସେହି ଅଞ୍ଚଳରେ ରାସ୍ତାର ଦୁରବସ୍ଥାକୁ ନେଇ ବିଜେପି ପକ୍ଷରୁ ଆନ୍ଦୋଳନ ଚାଲିଥିଲା। ତେବେ ଆନ୍ଦୋଳନରେ ଜଣେ ବିଜେପି ନେତାଙ୍କୁ ପୋଲିସ ଗିରଫ କରିଥିବାବେଳେ ତାଙ୍କୁ ଖଲାସ କରିବା ଦାବିରେ ରୂପା ଧାରଣାରେ ବସିଥିଲେ । ତାଙ୍କୁ ମନାଇବା ପାଇଁ ପୁଲିସ ମଧ୍ୟ ଯଥାସମ୍ଭବ ଚେଷ୍ଟା କରିଥିଲା, କିନ୍ତୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ। ରୂପା ଗାଙ୍ଗୁଲି କହିଥିଲେ ଯେ, ଯେପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତଙ୍କୁ ଗିରଫ ନ କରିଛି ସେପର୍ଯ୍ୟନ୍ତ ସେ ଥାନା ଆଗରେ ବିରୋଧ ପ୍ରଦର୍ଶନ ଜାରି ରଖିବେ। ଏହାପରେ ଗୁରୁବାର ପୋଲିସ ତାଙ୍କୁ ଗିରଫ କରିଛି ।

Comments are closed.