ପଶ୍ଚିମ ଓଡ଼ିଶାରେ ବଢ଼ୁଛି କୁହୁଡ଼ି, ଆସନ୍ତା ୪ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଶୀତରେ ଥରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । କେତେକ ସ୍ଥାନରେ କୁହୁଡ଼ି ପଡ଼ିବା ସହିତ ରାତ୍ରିକାଳୀନ ୨୦ ଡିଗ୍ରୀ ତଳକୁ ରହୁଛି । ଫୁଲବାଣୀର କୁହୁଡ଼ି ଦୃଶ୍ୟମାନର ଦୂରତା ୨୦୦ ମିଟର ରହୁଥିଲା ବେଳେ ଭବନୀପାଟଣାରେ ୫୦୦ ମିଟର ଓ ପାରଳାଖେମୁଣ୍ଡିରେ ୬୦୦ ମିଟର ରହୁଛି ।

ସେହିପରି କୋରାପୁଟରରେ ରାତ୍ରିକାଳୀନ ତାପମାତ୍ରା ୧୧.୬ ରହୁଥିଲା ବେଳେ ସିମିଳିଗୁଡ଼ାରେ ୧୧.୪ ଡିଗ୍ରୀ ରହୁଛି । କିରେଇ(ସୁନ୍ଦରଗଡ଼)ରେ ୧୧.୫ ଡିଗ୍ରୀ, ଜି. ଉଦୟଗିରି(କନ୍ଧମାଳ)ରେ ୧୨ ଡିଗ୍ରୀ, ଫୁଲବାଣୀ ଏବଂ ଦାରିଙ୍ଗବାଡ଼ିରେ ୧୩.୫ ଡିଗ୍ରୀ, ସୋନପରରେ ୧୪.୨ ଡିଗ୍ରୀ ଓ ଭବାନିପାଟଣାରେ ୧୪.୮ ଡିଗ୍ରୀ ରାତ୍ରିକାଳୀନ ତାପମାତ୍ରା ରହୁଛି । ଦୈତ୍ୟ ନଗର ଭୁବନେଶ୍ୱରରେ ୧୯.୪ ଡିଗ୍ରୀ ଏବଂ କଟକରେ ୨୦ ଡିଗ୍ରୀ ରାତ୍ରିକାଳୀନ ତାପମାତ୍ରା ରହୁଛି ।

ଅନ୍ୟପକ୍ଷରେ, ନଭେମ୍ବର ୪ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର ଉତ୍ତର ସୁମାତ୍ରା ନିକଟରେ ଏକ ପୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି ।

Govt

Comments are closed.