ଗିନିଜ୍‌ ରେକର୍ଡ କଲା ବିଲେଇ

ଗିନିଜ୍‌ ୱାଲïର୍ ରେକର୍ଡରେ ସାମିଲ ହେଲା ଏକ ବିଲେଇର ନାମ । ଏହା ବିଶ୍ୱର ସବୁଠାରୁ ବୟସ୍କ ବିଲେଇ ଓ ଏହାର ନାମ ଫ୍ଲୋସି । ଏହା ନିଜର ୨୭ ତମ ଜନ୍ମଦିନ ମନାଇବାକୁ ଯାଉଛି । ୧୯୯୫ରେ ଜନ୍ମଗ୍ରହଣ କରିଥିବା ଏହି ବିଲେଇର ବୟସ ଏବେ ୨୬ ବର୍ଷ ୩୧୬ ଦିନ । ଫ୍ଲୋସୀ ବ୍ରିଟେନରେ ରହିଥାଏ । ଗିନିଜ୍‌ ରେକର୍ଡ ଅନୁଯାୟୀ ଫ୍ଲୋସୀ ବୟସର ତୁଳନା ଜଣେ ମଣିଷ ସହ କଲେ ଏହା ୧୨୦ ବର୍ଷ ହେବ ।

Flossie Crowned The World's Oldest Cat

ଫ୍ଲୋସୀର ସ୍ୱାସ୍ଥ୍ୟ ଏବେ ଭଲ ଅଛି । କେବଳ ତାର ଦୃଷ୍ଟି ଶକ୍ତି କମ୍‌ ହୋଇଯାଇଛି । ଏହା ସହିତ ତାର ଶ୍ରବଣ ଶକ୍ତି ମଧ୍ୟ କମିଯାଇଛି । ଫ୍ଲୋସୀର ରଙ୍ଗ ମାଟିଆ ଓ କଳା ମିଶ୍ରିତ । ସ୍ୱଭାବରେ ସେ ବହୁତ ଶାନ୍ତ । ଫ୍ଲୋସୀକୁ ଖାଦ୍ୟ ବେଶ୍‌ ପସନ୍ଦ । ନିଜର ଏହି ଦୀର୍ଘ ଜୀବନ ସେ ଅଲଗା ଅଲଗା ଘରେ ବିତାଇଛି ଅର୍ଥାତ୍‌ ବହୁ ସମୟରେ ଏହାର ମାଲିକ ବଦଳିଛନ୍ତି ଓ ଏବେ ସେ ବ୍ରିଟେନର ଏକ ପେଟ୍‌ ସେଣ୍ଟରରେ ରହୁଛି ।
Flossie Crowned The World's Oldest Cat

ଅଗଷ୍ଟ ୨୦୨୨ରେ ଫ୍ଲୋସୀକୁ ବ୍ରିଟେନର ପ୍ରମୁଖ ଚାରିଟି କ୍ୟାଟସ୍‌ ପ୍ରୋଟେକ୍ସନ ସଂସ୍ଥାକୁ ଦେଖାରଖା ଲାଗି ପଠାଇ ଦିଆଯାଇଥିଲା । ତାର ବର୍ତ୍ତମାନର ମାଲିକ କହିଛନ୍ତି ଫ୍ଲୋସୀ ଏବେବି ଚଳଚଞ୍ଚଳ ଓ ଉତ୍ସାହୀ ରହିଛି । ପ୍ରଥମେ ଫ୍ଲୋସୀକୁ ମର୍ସିସାଇଡ୍‌ ହସ୍ପିଟାଲର ଜଣେ କର୍ମଚାରୀ ସେହି ହସ୍ପିଟାଲ୍‌ ପଛପଟୁ ଆଣି ପୋଷିଥିଲେ ଓ ତାଙ୍କର ମୃତୁ୍ୟ ପର୍ଯ୍ୟନ୍ତ ସେ ତାଙ୍କ ସହ ରହିଥିଲା ।

Govt

Comments are closed.