ବୌଦ୍ଧ : ବୌଦ୍ଧଜିଲ୍ଲା ପ୍ରାକୃତିକ ସମ୍ପଦରେ ଭରପୁର ରହିଛି । ବନ ପାହଡ଼ ହେରା ଜିଲ୍ଲାରେ ପ୍ରଚୁର ପରିମାଣରେ ଜଙ୍ଗଲ ସଂପଦ ଭରି ରହିଛି । ଏହି ଜଙ୍ଗଲ ସଂପଦକୁ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଯେତେ ମାତ୍ରରେ ଉଦ୍ୟମ କରାଯାଉଥିଲେ ମଧ୍ୟ ବନ ସମ୍ପଦକୁ ସୁରକ୍ଷା ଦେବାରେ ବିଫଳ ହେଉଛି । ବନ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ଗାଁ ଗାଁରେ ବୈଠକ କରି ସଚେତନତା କରାଯାଉଥିଲେ ମଧ୍ୟ ଜଙ୍ଗଲ ପୋଡି କମି ବାରେ ନା ଧରୁନାହିଁ ।
ଜିଲ୍ଲାରେ ଚଳିତବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଜଙ୍ଗଲନିଆଁ ବନ ବିଭାଗର ଚିନ୍ତା ବଢାଇଦେଲାଣି । ଗୋଟିଏ ମୁଣ୍ଡରୁ ନିଆଁ ଲିଭାଇଲେ ଆର ମୁଣ୍ଡରୁ ଜଙ୍ଗଲ ହୁ ହୁ ହୋଇ ଜଳିବାରେ ଲାଗିଛି । ଅନେକ ସ୍ଥାନରେ ବନ ସୁରକ୍ଷା ସମିତିମାନେ ଜଙ୍ଗଲ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ହେଲେ ପ୍ରତିଦିନ କେଉଁଠି ନା କେଉଁଠି ଜଙ୍ଗଲରେ ନିଆଁ ଲାଗିରହି ଥିବାର ଅଭିଯୋଗ ହେଉଛି । ନିଆଁ ଆଁରେ ହଜାର ହଜାର ମୁଲ୍ୟବାନ ଗଛ ପୋଡି ଯାଉଛି । ଜିଲ୍ଲାର ହରଭଙ୍ଗା ବ୍ଲକ ମାଧପୁର ରେ ଅନ୍ତର୍ଗତ ହାତୀଧରା ଓ ମୁଣ୍ଡେସର ଜଙ୍ଗଲରେ ଅନେକ ସ୍ଥାନରେ ନିଆଁ ଲାଗିଥିବା ବେଳେ ନିଆଁକୁ ଆୟତ୍ତ କରିବାରେ ବନ ବିଭାଗ ବିଫଳ ହୋଇଛି ।
ଜିଲ୍ଲାରେ ହାତୀଧରା ଜଙ୍ଗଲର ଅନେକ ଗୁରୁତ୍ୱ ରହିଛି । ପଦ୍ମତୋଳା ଜଙ୍ଗଲକୁ ସଂଯୋଗ କରୁଥିବା ଏହି ଜଙ୍ଗଲରେ ରାଜାଙ୍କ ସମୟରେ ପ୍ରଜାମାନେ ବେଠି ଖଟି ଏହି ଜଙ୍ଗଲରେ ଶାଗୁଆନ ଗଛ ଲଗାଇଥିବାର କୁହାଯାଏ । ବର୍ତମାନ ଜିଲ୍ଲାର ବଡ ଜଙ୍ଗଲ କହିଲେ ହାତୀଧରା, ମୁଣ୍ଡେଶ୍ୱର ଓ ପଦ୍ମତୋଳା, ସୁବର୍ଣ୍ଣଗିରି, ନାଗାର୍ଜ୍ଜୁନ, ବାଙ୍କିମୁଣ୍ଡି ଆଦି ଜଙ୍ଗଲକୁ ବୁଝାଯାଏ । ହାତୀଧରା ଜଙ୍ଗଲ ମଧ୍ୟରେ ରହିଛି ଘଞ୍ଚ ଜଙ୍ଗଲ ଅଞ୍ଚଳ ଦାନିଗାଡୁ,କେରେଡିଗୁଜୁ,ବାଘଦଳି । ଏହି ଜାଗାମାନଙ୍କରେ ବର୍ଷ ତମାମ ପାଣି ରହିଥାଏ । ତେଣୁ ହାତୀ, ଭାଲୁ, ବାରହା. ସମ୍ବର, ହରିଣ, କୁଟୁରା ଆଦି ବନ୍ୟପ୍ରାଣୀ ଏହି ଅଞ୍ଚଳରେ ଦେଖାଯାଆନ୍ତି ।
କିନ୍ତୁ ବର୍ତମାନ ଜଙ୍ଗଲରେ ବାରମ୍ବାର ନିଆଁ ଲାଗୁଥିବା ଯୋଗୁଁ ବନ୍ୟଜନ୍ତୁଏବେ ଗ୍ରାମମୁହାଁ ହେଉଥିବା ନେଇ ସବୁ ସମୟରେ ଗ୍ରାମବାସୀମାନେ ଭୟରେ କାଳାତିପାତ କରୁଛ‘ି । ଜଙ୍ଗଲ ନିଆଁ ଯୋଗୁଁ ବହୁ ମୂଲ୍ୟବାନ ଗଛ ଓ ଔଷଧୀୟ ବୃକ୍ଷ ପୋଡି ନଷ୍ଟ ହୋଇଯାଉଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଉଅଛି । ତେବେ ଜଙ୍ଗଲ ନିଆଁକୁ ଆୟତ୍ତ କରିବା କେବଳଯେ ବନ ବିଭାଗର ଦାୟିତ୍ୱ ବୋଲି ନଭାବି ଗ୍ରାମବାସୀ ,ବନ ସୁରକ୍ଷା ସମିତି ସମସ୍ତେ ମିଳିମିଶି ଉଦ୍ୟମ କଲେ ଜିଲ୍ଲାରେ ଜଙ୍ଗଲ ସଂପଦ ରକ୍ଷା କରାଯାଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

Comments are closed.