ଚୀନର ଗୋଟିଏ ସ୍କୁଲକୁ ନିଜ ଛାତ୍ରାଛାତ୍ରୀଙ୍କୁ ଭୂତ ଫିଲ୍ମ ଦେଖାଇ ହଟହଟା ହେବାକୁ ପଡିଛି । ସୂଚନା ଅନୁସାରେ ଭୂତ ଫିଲ୍ମ ଦେଖାଇବା ଅଭିଯୋଗରେ ଏହି ସ୍କୁଲ ଉପରେ ୧.୧୪ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡିଛି । ୨୦୨୩ରେ ଘଟିଥିବା ଏହି ଘଟଣାରେ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ଭୂତ ଫିଲ୍ମ ଦେଖାଯାଇଥିଲା । ସ୍କୁଲରେ ଏକ ସେଲ® ଷ୍ଟଡି ସେଶନ ଚାଲୁରହିଥିଲା, ଯେଉଁ ସମୟରେ ଏଠାରେ ଭୂତ ଫିଲ୍ମ ସେମାନଙ୍କୁ ଦେଖାଯାଇଥିଲା । ତେବେ ଏଥିରେ ସମସ୍ତ ଛାତ୍ରଛାତ୍ରୀ ସହମତି ପ୍ରକାଶ କରିଥିଲେ ଯାହାପରେ ସେମାନଙ୍କୁ ଭୂତ ଫିଲ୍ମ ଦେଖିବାକୁ ଅନୁମତି ମିଳିଥିଲା । କିନ୍ତୁ ଜଣେ ଛାତ୍ରଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥିଲା, ଯାହାଫଳରେ ତାଙ୍କ ଅଭିଭାବକ ସ୍କୁଲ ବିରୋଧରେ କୋର୍ଟରେ ଅଭିଯୋଗ କରିଥିଲେ । ଯାହାର ଶୁଣାଣୀରେ ସ୍କୁଲକୁ ସମ୍ପୃକ୍ତ ଛାତ୍ରଙ୍କ ଅଭିଭାବକଙ୍କୁ ୧.୧୪ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡିଛି ।
