ଆଉ ଦିନକ ପରେ ଫୁଟବଲ ମହାକୁମ୍ଭ
* ପୁରସ୍କାର ରାଶି ୪୪୦ ମିଲିୟନ ଡଲାର * ୨୦ରୁ ଆରମ୍ଭ, ଡିସେମ୍ବର ୧୮ରେ ଶେଷ * ୩୬ ରେଫରୀ, ୬୯ ସହକାରୀ * ପ୍ରଥମଥର ପରିଚାଳନା କରିବେ ମହିଳା ରେଫରୀ * ୫ ସହରର ୮ ଭେନୁ୍ୟ * ଅଲ୍ବଏଟ୍ ଷ୍ଟାଡିୟମ୍ରେ ଉଦ୍ଘାଟନୀ
ଆଉ ଗୋଟିଏ ଦିନର ବ୍ୟବଧାନ ପରେ ଫିଫା ବିଶ୍ୱକପ୍ ବିଗୁଲ ବାଜିବ । ସାରା ବିଶ୍ୱ ଅନେଇ ବସିଛି ଏହି ମୂହୁର୍ତ୍ତକୁ । ମାସେ କାଳ କାତାର ପାଲଟି ଯିବ ମିନି ବିଶ୍ୱ । କାରଣ ଫୁଟବଲ କ୍ରୀଡାର ଶ୍ରେଷ୍ଠ ୩୨ଟି ଦଳ କାତାରରେ ବିଶ୍ୱ ବିଜେତା ମୁକୁଟ ପାଇଁ ଲଢ଼ିବେ । ୩୨ ଦଳ ମଧ୍ୟରୁ ଗୋଟିଏ ଦଳ ବିଶ୍ୱ ବିଜେତା ହୋଇ ଘରକୁ ବାହୁଡିବ । ଏତେବଡ ପ୍ରତିଯୋଗିତାକୁ ପ୍ରଥମ ଥର କାତାର ଆୟୋଜନ କରୁଛି । ଆୟୋଜକ ରାଷ୍ଟ୍ର ଭାବେ କାତାର ବିଶ୍ୱ ମହାକୁମ୍ଭରେ ପଦାର୍ପଣର ସୁଯୋଗ ହାସଲ କରିଛି ।
ଆସନ୍ତା ୨୦ ତାରିଖରୁ କାତାରରେ ଫିଫା ବିଶ୍ୱକପର ୨୨ତମ ସଂସ୍କରଣ ଆରମ୍ଭ ହେବ । ଫିଫା ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ପାଇଁ ଆରବ ଦେଶ ଏହା ଆୟୋଜନ କରିଛି । ଡିସେମ୍ବର ୧୮ ତାରିଖ ଯାଏଁ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୩୨ ଦଳ ଟ୍ରଫି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସମସ୍ତ ଦଳଙ୍କୁ ୮ ଗ୍ରୁପରେ ବଣ୍ଟାଯାଇଛି । ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଲିଗ୍ ପର୍ଯ୍ୟାୟ ଚାଲିବା ପରେ ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ୨ ଦଳଙ୍କୁ ନେଇ ୩ ତାରିଖରୁ ନକ୍ଆଉଟ୍ ପର୍ଯ୍ୟାୟ ଆରମ୍ଭ ହେବ । କାତାର ଓ ଇକେ୍ୱଡର ମଧ୍ୟରେ ଦୋହାର ଅଲ୍ ବାୟି ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ ।
୨୦୧୮ ସଂସ୍କରଣରେ ବିଶ୍ୱକପ୍ ଖେଳିନଥିବା ନେଦରଲାଣ୍ଡସ୍, ଇକେ୍ୱଡର, ଘାନା, କାମେରୁନ୍ ଓ ଆମେରିକା ଏଥର ପ୍ରତ୍ୟାବର୍ତ୍ତନ କରିଛନ୍ତି ।
୨୦୨୬ ପରବର୍ତ୍ତୀ ସଂସ୍କରଣରେ ଦଳ ସଂଖ୍ୟା ୪୬ରେ ପହଞ୍ଚାଯିବ ବୋଲି କୁହାଯାଇଛି । ତେବେ ଚଳିତ ବର୍ଷ କାନାଡା ୩୬ ବର୍ଷ ପରେ ବିଶ୍ୱକପ୍ ଖେଳିବାକୁ ଯାଉଛି । ଶେଷ ଥର ପାଇଁ ଏହି ଦଳ ୧୯୮୬ରେ ଅଂଶଗ୍ରହଣ କରିଥିଲା । ସେହିପରି ୟୁରୋପିଆନ୍ ଦଳ େୱଲ୍ସ ୬୪ ବର୍ଷ ପରେ ବିଶ୍ୱକପ୍ ଖେଳିବ । କାତାର ଚଳିତ ବର୍ଷ ବିଶ୍ୱକପରେ ପଦାର୍ପଣ କରିବାକୁ ଯାଉଛି । ଏଥି ପୂର୍ବରୁ ୧୯୩୪ରେ ଇଟାଲୀ ପ୍ରଥମ ଥର ଆୟୋଜକ ହେବା ସହ ପଦାର୍ପଣ ଦଳ ଭାବେ ବିଶ୍ୱକପରେ ଖେଳିଥିଲା । ଚଳିତ ବର୍ଷ ଇଟାଲୀ ଯୋଗ୍ୟତା ପର୍ଯ୍ୟାୟରୁ ପରାସ୍ତ ହେବାରୁ ପ୍ରଥମ ଥର ଏକ ବିଜେତା ଦଳ ବିଶ୍ୱକପ୍ ଖେଳିବାକୁ ଅଯୋଗ୍ୟ ଘୋଷିତ ହୋଇଛି । ୟୁକ୍ରେନ୍ ଉପରେ ଆକ୍ରମଣ କରିଥିବାରୁ ଋଷିଆକୁ ମଧ୍ୟ ଅଯୋଗ୍ୟ ଘୋଷିତ କରାଯାଇଛି । ପୂର୍ବତନ କୋପା ଆମେରିକା ବିଜେତା ଚିଲି ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ । ଗତ ସଂସ୍କରଣରେ ଖେଳିଥିବା ଇଜିପଫ, ପାନାମା, କଲମ୍ବିଆ, ପେରୁ, ଆଇସ୍ଲାଣ୍ଡ ଓ ସ୍ୱିଡେନ୍ ମଧ୍ୟ ଏଥର ଖେଳିବାକୁ ଯୋଗ୍ୟ ହୋଇପାରିନାହାନ୍ତି । ଘାନା ସବୁଠୁ କମ୍ ମାନ୍ୟତାପ୍ରାପ୍ତ (୬୧) ଦଳ ଭାବେ ବିଶ୍ୱକପ୍ ପାଇଁ ଯୋଗ୍ୟ ହୋଇଛି ।
କାତାରରେ ପ୍ରଥମ ଥର ଆୟୋଜନ ହେଉଥିବା ଏହି ବିଶ୍ୱକପ୍ ପାଇଁ ଆୟୋଜକଙ୍କ ପକ୍ଷରୁ ୫ ସହରର ୮ଟି ଷ୍ଟାଡିୟମ୍କୁ ପ୍ରସ୍ତୁତ କରାଯାଇଛି । ଲୁସେଲ୍ ଆଇକନିକ୍ ଷ୍ଟାଡିୟମ୍, ଅଲ୍ ବାଏ ଷ୍ଟାଡିୟମ୍, ଷ୍ଟାଡିୟମ୍ ୯୭୪, ଅଲ୍ ଥୁମାମା ଷ୍ଟାଡିୟମ୍, ଖଲିଫା ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍, ଏଜୁକେସନ୍ ସିଟି ଷ୍ଟାଡିୟମ୍, ଅହମ୍ମଦ ବିନ୍ ଅଲୀ ଷ୍ଟାଡିୟମ୍, ଅଲ୍ ଜାନୁବ ଷ୍ଟାଡିୟମରେ ମ୍ୟାଚଗୁଡ଼ିକ ଖେଳାଯିବ । ବିଶ୍ୱକପର ଏହି ସଂସ୍କରଣ ପାଇଁ ‘ଲାଇବ୍’କୁ ମାସ୍କଟ୍ ରୂପେ ବଛାଯାଇଛି । ଏହି ଆରବୀୟ ଭାଷାର ଅର୍ଥ ହେଉଛି ‘ସବୁଠୁ ଦକ୍ଷ ଖେଳାଳି’ । ସେହିପରି ଅଫିସିଆଲ୍ ମ୍ୟାଚ୍ ବଲର ନାମ ରଖାଯାଇଛି ‘ଅଲ୍ ରିହଲା’ । ଆରବିକ୍ ଭାଷାରେ ଏହାର ଅର୍ଥ ହେଉଛି ‘ଦ ଜର୍ଣ୍ଣି’ । ପ୍ରଥମ ଥର ଏଭଳି ଏକ ମ୍ୟାଚ୍ ବଲର ଉପର ଭାଗରେ ପାଣି ମିଶ୍ରିତ ଅଠା ଓ ରଙ୍ଗ ବ୍ୟବହାର କରାଯାଇଛି । ସେହିପରି ଚଳିତ ବର୍ଷ ପ୍ରଥମ ଥର ପାଇଁ କୌଣସି ଗୋଟିଏ ଅଫିସିଆଲ୍ ଗୀତ ବଦଳରେ ତିନିଟି ଗୀତକୁ ନେଇ ଏକ ସାଉଣ୍ଡ ଟ୍ରାକ୍ ଆଲବମ୍ ପ୍ରସ୍ତୁତ କରାଯାଇଛି । ଆଲବମର ପ୍ରଥମ ଗୀତ ‘ହାୟା ହାୟା’, ଦ୍ୱିତୀୟ ଗୀତ ‘ଆର୍ବୋ’, ତୃତୀୟ ଗୀତ ‘ଲାଇଟ୍ ଦ ସ୍କାଏ’ କରାଯାଇଛି । ଏଗୁଡ଼ିକୁ ଯଥାକ୍ରମେ ଏପ୍ରିଲ୍, ଅଗଷ୍ଟ ଓ ଅକେଫାବରରେ ଉନ୍ମୋଚନ କରାଯାଇଥିଲା ।
ଫିଫା ବିଶ୍ୱକପ୍ ସୂଚୀ
ଗ୍ରୁପ୍ ଏ: କାତାର, ଇକ୍ୱାଡର, ସେନେଗାଲ, ନେଦରଲାଣ୍ଡସ
ତାରିଖ ମ୍ୟାଚ ସମୟ
ନଭେମ୍ବର ୨୦ କାତାର-ଇକ୍ୱାଡର ସନ୍ଧ୍ୟା ୭ଟା
ନଭେମ୍ବର ୨୧ ସେନେଗାଲ-ନେଦରଲାଣ୍ଡସ ସନ୍ଧ୍ୟା ୭ଟା
ନଭେମ୍ବର ୨୫ କାତାର-ସେନେଗାଲ ଅପରାହ@ ୪ଟା
ନଭେମ୍ବର ୨୫ ନେଦରଲାଣ୍ଡସ-ଇକ୍ୱାଡର ସନ୍ଧ୍ୟା ୭ଟା
ନଭେମ୍ବର ୨୯ ଇକ୍ୱାଡର-ସେନେଗାଲ ସନ୍ଧ୍ୟା ୬ଟା
ନଭେମ୍ବର ୨୯ ନେଦରଲାଣ୍ଡସ-କାତାର ସନ୍ଧ୍ୟା ୬ଟା
ଗ୍ରୁପ୍ ଇ: ସ୍ପେନ୍, କୋଷ୍ଟାରିକା, ଜର୍ମାନୀ, ଜାପାନ
ତାରିଖ ମ୍ୟାଚ ସମୟ
ନଭେମ୍ବର ୨୩ ଜର୍ମାନୀ-ଜାପାନ ଅପରାହ@ ୪ଟା
ନଭେମ୍ବର ୨୩ ସ୍ପେନ୍-କୋଷ୍ଟାରିକା ସନ୍ଧ୍ୟା ୭ଟା
ନଭେମ୍ବର ୨୭ ଜାପାନ-କୋଷ୍ଟାରିକା ଅପରାହ@ ୧ଟା
ନଭେମ୍ବର ୨୭ ସ୍ପେନ-ଜର୍ମାନୀ ରାତି ୧୦ଟା
ଡିସେମ୍ବର ୧ ଜାପାନ-ସ୍ପେନ୍ ରାତି ୧୦ଟା
ଡିସେମ୍ବର ୧ କୋଷ୍ଟାରିକା-ଜର୍ମାନୀ ରାତି ୧୦ଟା
ଗ୍ରୁପ୍ ବି: ଇଂଲଣ୍ଡ, ଇରାନ, ଆମେରିକା୍, େୱଲ୍ସ
ତାରିଖ ମ୍ୟାଚ ସମୟ
ନଭେମ୍ବର ୨୧ ଇଂଲଣ୍ଡ-ଇରାନ ଅପରାହ@ ୪ଟା
ନଭେମ୍ବର ୨୧ ଆମେରିକା-େୱଲ୍ସ ରାତି ୧୦ଟା
ନଭେମ୍ବର ୨୫ େୱଲ୍ସ-ଇରାନ ଅପରାହ@ ୧ଟା
ନଭେମ୍ବର ୨୫ ଇଂଲଣ୍ଡ-ଆମେରିକା ରାତି ୧୦ଟା
ନଭେମ୍ବର ୨୯ େୱଲ୍ସ-ଇଂଲଣ୍ଡ ରାତି ୧୦ଟା
ନଭେମ୍ବର ୨୯ ଇରାନ-ଆମେରିକା ରାତି ୧୦ଟା
ଗ୍ରୁପ୍ ଏଫ୍: ବେଲଜିୟମ୍, କାନାଡା, ମରେMା, କ୍ରୋଏସିଆ
ତାରିଖ ମ୍ୟାଚ ସମୟ
ନଭେମ୍ବର ୨୩ ମରେMା-କ୍ରୋଏସିଆ ଅପରାହ@ ୧ଟା
ନଭେମ୍ବର ୨୩ ବେଲଜିୟମ୍-କାନାଡା ରାତି ୧୦ଟା
ନଭେମ୍ବର ୨୭ ବେଲଜିୟମ୍-ମରେMା ଅପରାହ@ ୪ଟା
ନଭେମ୍ବର ୨୭ କ୍ରୋଏସିଆ-କାନାଡା ସନ୍ଧ୍ୟା ୭ଟା
ଡିସେମ୍ବର ୧ କ୍ରୋଏସିଆ-ବେଲଜିୟମ୍ ସନ୍ଧ୍ୟା ୬ଟା
ଡିସେମ୍ବର ୧ କାନାଡା-ମରେMା ସନ୍ଧ୍ୟା ୬ଟା
ଗ୍ରୁପ୍ ସି: ଆର୍ଜେଣ୍ଟିନା, ସାଉଦୀ, ମେକ୍ସିକୋ, ପୋଲାଣ୍ଡ
ତାରିଖ ମ୍ୟାଚ ସମୟ
ନଭେମ୍ବର ୨୨ ଆର୍ଜେଣ୍ଟିନା-ସାଉଦୀ ଅପରାହ@ ୧ଟା
ନଭେମ୍ବର ୨୨ ମେକ୍ସିକୋ-ପୋଲାଣ୍ଡ ସନ୍ଧ୍ୟା ୭ଟା
ନଭେମ୍ବର ୨୬ ପୋଲାଣ୍ଡ-ସାଉଦି ଅପରାହ@ ୪ଟା
ନଭେମ୍ବର ୨୬ ଆର୍ଜେଣ୍ଟିନା-ମେକ୍ସିକୋ ରାତି ୧୦ଟା
ନଭେମ୍ବର ୩୦ ପୋଲାଣ୍ଡ-ଆର୍ଜେଣ୍ଟିନା ରାତି ୧୦ଟା
ନଭେମ୍ବର ୩୦ ସାଉଦୀ-ମେକ୍ସିକୋ ରାତି ୧୦ଟା
ଗ୍ରୁପ୍ ଜି: ବ୍ରାଜିଲ, ସର୍ବିଆ, ସ୍ୱିଜରଲାଣ୍ଡ, କାମେରନ୍
ତାରିଖ ମ୍ୟାଚ ସମୟ
ନଭେମ୍ବର ୨୪ ସ୍ୱିଜରଲାଣ୍ଡ-କାମେରନ ଅପରାହ@ ୧ଟା
ନଭେମ୍ବର ୨୪ ବ୍ରାଜିଲ-ସର୍ବିଆ ରାତି ୧୦ଟା
ନଭେମ୍ବର ୨୮ କାମେରନ୍-ସର୍ବିଆ ଅପରାହ@ ୧ଟା
ନଭେମ୍ବର ୨୮ ବ୍ରାଜିଲ-ସ୍ୱିଜରଲାଣ୍ଡ ସନ୍ଧ୍ୟା ୭ଟା
ଡିସେମ୍ବର ୨ ସର୍ବିଆ-ସ୍ୱିଜରଲାଣ୍ଡ ରାତି ୧୦ଟା
ଡିସେମ୍ବର୨ କାମେରନ-ବ୍ରାଜିଲ ରାତି ୧୦ଟା
ଗ୍ରୁପ୍ ଡିି: ଫ୍ରାନ୍ସ, ଆଷ୍ଟ୍ରେଲିଆ, ଡେନମାର୍କ, ତୁନିସିଆ
ତାରିଖ ମ୍ୟାଚ ସମୟ
ନଭେମ୍ବର ୨୨ ଡେନମାର୍କ-ତୁନିସିଆ ଅପରାହ@ ୪ଟା
ନଭେମ୍ବର ୨୨ ଫ୍ରାନ୍ସ-ଅଷ୍ଟ୍ରେଲିଆ ରାତି ୧୦ଟା
ନଭେମ୍ବର ୨୬ ତୁନିସିଆ-ଅଷ୍ଟ୍ରେଲିଆ ଅପରାହ@ ୧ଟା
ନଭେମ୍ବର ୨୬ ଫ୍ରାନ୍ସ-ଡେନମାର୍କ ସନ୍ଧ୍ୟା ୭ଟା
ନଭେମ୍ବର ୩୦ ଅଷ୍ଟ୍ରେଲିଆ-ଡେନମାର୍କ ସନ୍ଧ୍ୟା ୬ଟା
ନଭେମ୍ବର ୩୦ ତୁନିସିଆ-ଫ୍ରାନ୍ସ ସନ୍ଧ୍ୟା ୬ଟା
ଗ୍ରୁପ୍ ଏଚ୍: ପର୍ତ୍ତୁଗାଲ, ଘାନା, ଉରୁଗୁଏ, ଦ.କୋରିଆ
ତାରିଖ ମ୍ୟାଚ ସମୟ
ନଭେମ୍ବର ୨୪ ଉରୁଗୁଏ-ଦ.କୋରିଆ ଅପରାହ@ ୪ଟା
ନଭେମ୍ବର ୨୪ ପର୍ତ୍ତୁଗାଲ-ଘାନା ସନ୍ଧ୍ୟା ୭ଟା
ନଭେମ୍ବର ୨୮ ଦ.କୋରିଆ-ଘାନା ଅପରାହ@ ୪ଟା
ନଭେମ୍ବର ୨୮ ପର୍ତ୍ତୁଗୁଲ-ଉରୁଗୁଏ ରାତି ୧୦ଟା
ଡିସେମ୍ବର ୨ ଘାନା-ଉରୁଗୁଏ ସନ୍ଧ୍ୟା ୬ଟା
ଡିସେମ୍ବର ୨ ଦ.କୋରିଆ-ପର୍ତ୍ତୁଗାଲ ସନ୍ଧ୍ୟା ୬ଟା

Comments are closed.