ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ଫୁଟବଲ ମହାସଂଘ (ଫିଫା) ପକ୍ଷରୁ ଭାରତୀୟ ଫୁଟବଲ ସଂଘକୁ ସସ୍ପେଣ୍ଡ କରାଯାଇଛି । ତୃତୀୟ ପକ୍ଷର ଅନାଧିକୃତ ପ୍ରବେଶ ପାଇଁ ଭାରତୀୟ ଫୁଟବଲ ସଂଘକୁ ନିଲମ୍ବିତ କରାଯାଇଥିବା ଫିଫା ପକ୍ଷରୁ ସୂଚନା ଦିଆଯାଇଛି । ଏଆଇଏଫ୍ଏପ୍ ନିଲମ୍ବିତ ହେବାରୁ ଭାରତରେ ଆୟୋଜନ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ୍ ଅନିଶ୍ଚିତତାକୁ ଚାଲିଯାଇଛି ।
ଆଗାମୀ ଅକେଫାବର ୧୧ରୁ ୩୦ ତାରିଖ ପର୍ଯ୍ୟନ୍ତ ୧୭ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ ଆୟୋଜନ ହେବାର ଅଛି । ଏହି ନିଲମ୍ବନ ତୁରନ୍ତ ଲାଗୁ ହେବ । ତୃତୀୟ ପକ୍ଷର ହସ୍ତକ୍ଷେପ ଫିଫା ନିୟମର ଉଲ୍ଲଂଘନ ବୋଲି କୁହାଯାଇଛି । ଏହାକୁ କୌଣସି ପ୍ରକାରେ ଗ୍ରହଣ କରାଯିବ ନାହିଁ । ଅଲଇଣ୍ଡିଆ ଫୁଟବଲ ଫେଡେରେସନ କର୍ମଚାରୀ ସମିତି ସ୍ଥାନରେ ପ୍ରଶାସକ ସମିତି ଗଠନ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯିବ ।
ଏଆଇଏଫ୍ଏଫ୍ ପ୍ରଶାସନକୁ ମହାସଂଘର ନିୟମିତ କାର୍ଯ୍ୟକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନିଆଯିବା ପରେ ନିଲମ୍ବନ ହଟିବ । ଏଆଇଏଫ୍ଏଫ ନିଲମ୍ବିତ ହୋଇଥିବାରୁ ଭାରତରେ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଅନ୍ୟତ୍ର ସ୍ଥାନାନ୍ତର ହେବ । ଫିଫା ଭାରତର କ୍ରୀଡ଼ା ମନ୍ତ୍ରଣାଳୟ ସହ ଯୋଗାଯୋଗରେ ରହିଛି । ଆଗକୁ ସକରାତ୍ମକ ଫଳାଫଳ ବାହାରିବାର ସମ୍ଭାବନା ଅଛି ।

Comments are closed.