ଅଫିସରେ ଫୋନ ଚାର୍ଜ କରିବା ମନା

ସାଧାରଣତଃ ଅଫିସରେ ଫୋନରୁ ବ୍ୟାଟେରୀ ସରିଗଲେ ଚାର୍ଜ କରିବାକୁ ଅନୁମତି ଦିଆଯାଇଥାଏ । ହେଲେ କିଛି ଲୋକଙ୍କ ପାଇଁ ଏହି ଅନୁମତି ନାହିଁ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ହେଲେ ବାସ୍ତବରେ କାର୍ଯ୍ୟକ୍ଷେତ୍ରରେ ଫୋନ ଚାର୍ଜ କରିବା ବିଦୁ୍ୟତ ଚୋରୀ ଭାବେ ବିବେଚନା କରାଯାଏ ।

ଅଫିସରେ ଫୋନ ଚାର୍ଜ କରିବା ବନ୍ଦ କରିବାକୁ ଜଣେ ବସ୍‌ଙ୍କ ଏକ ମଜାଦାର ନୋଟ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନୋଟ୍‌ରେ ସ୍ପଷ୍ଟ ଲେଖାହୋଇଛି ଯେ ଅଫିସରେ କେହି ବି ମୋବାଇଲ ଫୋନ କିମ୍ବା ଅନ୍ୟ ଇଲେକେଫ୍ରାନିକ ଉପକରଣକୁ ଚାର୍ଜ କରିପାରିବେ ନାହିଁ । ଏହା ବିଦୁ୍ୟତ ଚୋରି ବୋଲି ଧରାଯିବ ଏବଂ ଯିଏ ବି ଏପରି କରିବ ତାର ଦରମା କଟାଯିବ । ଫୋନକୁ ଅଫିସରେ ସ୍ୱିଚ୍‌ ଅଫ୍‌ ରଖନ୍ତୁ । କମ୍ପାନୀର ଜଣେ କର୍ମଚାରୀ ଏହି ନୋଟିସର ଏକ ଫଟୋ ରେଡିଟ୍‌ରେ ସେୟାର କରିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ୟୁଜର ଏହା ଉପରେ ଜୋରଦାର ଆଲୋଚନା କରୁଛନ୍ତି ଏବଂ ମଜାଳିଆ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

Launching Ceremony of “AYUSHMAN BHARAT

Comments are closed.