କୁନି ବୈଜ୍ଞାନିକ ରାକେଶ କ୍ରିଷ୍ଣା

କର୍ଣ୍ଣାଟକ: ସେପ୍‌ଟେମ୍ବର ୧୬: ସାଧାରଣତ ୧୬ ବର୍ଷରେ ସମସ୍ତ ପିଲା ପାଠପଢା ସହ ସାଙ୍ଗସାଥୀର ବ୍ୟସ୍ତ ଥାଆନ୍ତି । ହେଲେ କର୍ଣ୍ଣାଟକର ରାକେଶ କ୍ରିଷ୍ଣାଙ୍କ କ୍ଷେତ୍ରରେ ଏହା ଅଲଗା । ସେ ଏତେ କମ ବୟସରେ ମଧ୍ୟ ନୂଆ ଉପକରଣର ଉଦ୍ଭାବନ କରି ଚର୍ଚ୍ଚାରେ । ସେ ନିଜ ବାପାଙ୍କ ସୁବିଧା ପାଇଁ ପ୍ରସ୍ତୁତ କରିଛନ୍ତି ମଞ୍ଜି ବୁଣା ମେସିନ୍‌ । ୨୦୧୫ରେ ପ୍ରଥମଥର ପାଇଁ କ୍ରିଷ୍ଣାଙ୍କ ମୁଣ୍ଡକୁ ଏହି ଉପାୟ ଆସିଥିଲା । ସେ ଏହା ପରଠାରୁ ମେସିନ୍‌ ଉଦ୍ଭାବନ କରିବାରେ ଲାଗିପଡିଥିଲେ । ସେ ଏହି ମେସିନ୍‌ର ଅନେକ ମଡେଲ ପ୍ରସ୍ତୁତ କରିଛନ୍ତି । ତାଙ୍କର ଏହି ଚେଷ୍ଟା କାରଣରୁ ଧୀରେଧୀରେ ମେସିନ୍‌ରେ ଉନ୍ନତି ଆସିଲା । ଯେତେବେଳେ ତାଙ୍କୁ ମାତ୍ର ୧୧ ବର୍ଷ ହୋଇଥିଲା ସେ ତାଙ୍କ ବାପାଙ୍କୁ ଚାଷରେ ହେଉଥିବା କଷ୍ଟକୁ ଦେଖିଥିଲେ, ଯାହା ତାଙ୍କୁ କିଛି କରିବାର ପ୍ରେରଣା ଯୋଗାଇଥିଲା । ମେସିନ୍‌ର ଦାମ ଅଧିକ ଥିବାରୁ ତାଙ୍କ ବାପା ତାହା କିଣିପାରୁନଥିଲେ, ଯେଉଁଥିପାଇଁ ତାଙ୍କୁ ଅନେକ କଷ୍ଟ ହେଉଥିଲା । ତେଣୁ ସେ ତାଙ୍କ ବାପା ଓ ସାଥୀ କୃଷକଙ୍କ ପାଇଁ ଏକ ମେସିନ ପ୍ରସ୍ତୁତ କରିବାକୁ ଚେଷ୍ଟା ଆରମ୍ଭ କରିଥିଲେ । ଯାହାର ଦାମ କମ ହୋଇଥିବ ହେଲେ ଏହା ସମସ୍ତ ପ୍ରକାରର କାମ କରୁଥିବ । ସେ ଏହାପରେ ନିଜ ମଡେଲ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । ସେ ଆଜିଯାଏଁ ଅନେକ ମଡେଲ ପ୍ରସ୍ତୁତ କରିସାରିଥିବା ବେଳେ ଆଗକୁ ଏହାକୁ ଆହୁରି ଉନ୍ନତମାନରେ ପ୍ରସ୍ତୁତ କରିବେ ବୋଲି ଯୋଜନା କରିଛନ୍ତି । ତାଙ୍କୁ ଏଥିନିମନ୍ତେ ଅନେକ ପ୍ରଶଂସା ମଧ୍ୟ ମିଳିସାରିଛି । ବର୍ତ୍ତମାନ ଏହି ମେସିନ୍‌ ବିଶେଷ ଭାବରେ ମଞ୍ଜି ବୁଣିବା କାର୍ଯ୍ୟ ପାଇଁ ବ୍ୟବହାର କରାଯାଉଛି । ଆଗକୁ ଏହାକୁ ସେ ବିଭିନ୍ନ କାର୍ଯ୍ୟରେ ଉପଯୋଗ ତଥା ଉନ୍ନତ ମାନର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

Comments are closed.