ଅନ୍ୟ ଜାତିରେ ଝିଅ ବିବାହ କରିବାରୁ ଶୁଦ୍ଧି ହେଲେ ପରିବାର

ରାୟଗଡା : ବର୍ତ୍ତମାନ ସୁଦ୍ଧା ସମାଜରୁ ଲୋପ ପାଇନାହିଁ ଜାତିପ୍ରଥା । ଜାତି ପ୍ରଥା ବିବାଦ ଯୋଗୁଁ କେଉଁଠି ଶବ ଅଛୁଆଁ ହୋଇ ପଡି ରହିଥିବାବେଳେ କେଉଁଠି ଅନ୍ୟ ଜାତିରେ ଝିଅ ବିବାହ କରିବାରୁ ଶୁଦ୍ଧି ହେଇଯାଉଛନ୍ତି ପରିବାର ଲୋକେ । ଝିଅ ବଞ୍ଚି ଥାଉ ଥାଉ ପରିବାରର ୪୦ ଜଣ ସଦସ୍ୟ ମୁଣ୍ଡନ ହୋଇ ଶୁଦ୍ଧିକ୍ରିୟା ପାଳନ କରିଛନ୍ତି । ସୋସିଆଲ ମିଡିଆରେ ଏହାର ଭିଡିଓ ଘୁରିବୁଲିବା ବେଳେ ଘଟଣା ସାମ୍ନାକୁ ଆସିଥିଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ଅନ୍ତର୍ଗତ ବାଇଗଣଗୁଡା ଗାଁରେ । ବର୍ତ୍ତମାନ ସୁଦ୍ଧା ଚାଲିଆସୁଛି ପରମ୍ପରା ନାଁ ଜାତିପ୍ରଥାର କୁସଂସ୍କାର ।

ସୂଚନାନୁସାରେ, ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ବାଇଗଣଗୁଡ଼ା ଗାଁର ଜଣେ ଆଦିବାସୀ ଝିଅ ଅନ୍ୟ ଏକ ଜାତିର ପୁଅକୁ ଭଲ ପାଉଥିଲା। ପରିବାର ଲୋକଙ୍କ ଅନିଚ୍ଛା ସତ୍ତ୍ଵେ ଉଭୟେ ବାହା ହେବାରୁ ଗାଁ ଲୋକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଜାତିରେ ରହିବାକୁ ହେଲେ ପରମ୍ପରା ଅନୁଯାୟୀ ଛେଳି, କୁକୁଡ଼ା, ଘୁଷୁରୀ ଆଦି ବଳି ଦେବା ସହିତ ମୁଣ୍ଡନ କରିବାକୁ ଗାଁ ଲୋକେ ଝିଅର ପରିବାର ଲୋକଙ୍କୁ କହିଥିଲେ । ଏହା ପରେ ଝିଅଙ୍କ ପରିବାର ଲୋକେ ବାଧ୍ୟ ହୋଇ ମୁଣ୍ଡନ ହୋଇଛନ୍ତି। ତେବେ ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ ଜଣାପଡିବା ପରେ କାଶୀପୁର ବିଡ଼ିଓ ବିଜୟ ସୋଏ ସଂପୃକ୍ତ ଗାଁକୁ ଯାଇ ତଦନ୍ତ କରିବାକୁ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Govt

Comments are closed.