ୟୁରୋପୀୟ ସଂଘରେ ବ୍ୟାନ ହେବ ରୁଷିଆ ସରକାରୀ ମିଡିଆ:ଫେସବୁକର ପ୍ୟାରେଂଟ କମ୍ପାନି ମେଟାଭର୍ସ ନିଷ୍ପତ୍ତି

ଦିଲ୍ଲୀ: ମାର୍ଚ୍ଚ ୦୧: ୟୁକ୍ରେନ୍‌ ଉପରେ ଋଷର ଅମାନବୀୟ ଆକ୍ରମଣକୁ ସାରା ୟୁରୋପୀୟ ଦେଶ ନିନ୍ଦା କରୁଛନ୍ତି । ଏହାସହିତ ୟୁକ୍ରେନ୍‌କୁ ସାହାଯ୍ୟର ହାତ ବଢ଼ାଉଛନ୍ତି । ନିକଟରେ ବିଶ୍ୱର ଧନୀ ତଥା ସ୍ପେସ୍‌ ଏକ୍ସର ମାଲିକ ଏଲନ୍‌ ମସ୍କ ୟୁକ୍ରେନ୍‌ ପାଇଁ ନିଜର ସ୍ୱତନ୍ତ୍ର ଷ୍ଟାର୍‌ଲିଙ୍କ ଖୋଲିଥିଲା ବେଳେ ଆଜି ଫସବୁକର ପ୍ୟାରେଂଟ କମ୍ପାନି ମେଟାଭର୍ସ ବଡ଼ ନିଷ୍ପତ୍ତି ଘୋଷଣା କରିଛି ।
ଫେସବୁକର ପ୍ୟାରେଂଟ କମ୍ପାନି ମେଟାଭର୍ସର ୟୁରୋପୀୟ ସଂଘରେ ରୁଷିଆ ସରକାରୀ ମିଡିଆକୁ ବ୍ୟାନ ହେବ ବୋଲି ପ୍ରକାଶ କରିଛି ।

ଏନେଇ ମେଟା କମ୍ପାନୀ ବିଶ୍ୱ ବ୍ୟପାର ମୁଖ୍ୟ ନିକ୍‌ କ୍ଲେଗ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ଫେସବୁକରେ ଋଷିଆ ସରକାରୀ ମିଡିଆ ଆରଟି ଏବଂ ସ୍ପୁଟନିକର କୌଣସି ତଥ୍ୟ ପ୍ରସାରଣ ହେବନାହିଁ । ଏପରିକି ମେଟାର ସମସ୍ତ ପ୍ଲାଟଫର୍ମରେ ଏହାକୁ ବ୍ୟାନ କରାଯିବ । ଏଥିପାଇଁ ୟୁରୋପୀୟ ଦେଶଗୁଡିକ ବାରମ୍ବାର ଅନୁରୋଧ କରିଆସୁଥିଲେ ବୋଲି ନିକ୍‌ ତାଙ୍କ ଟୁଇଟରରେ ପ୍ରକାଶ କରିଛନ୍ତି । ତେବେ ମେଟା ପୂର୍ବରୁ ୟୁ-ଟୁ୍ୟବ୍‌ ଓ ଗୁଗୁଲର ପ୍ୟାରେଂଟ କମ୍ପାନି ଆଲ®ାବେଟ୍‌ ଇଙ୍କ୍‌ ମଧ୍ୟ ଋଷିଆର ସରକାରୀ ମିଡିଆ ବିରୋଧରେ ଏକାଧିକ କଟକଣା ଲଗାଇ ସାରିଛନ୍ତି ।

Govt

Comments are closed.