ଦୁନିଆରେ ଅନେକ ଅଜବ ଲୋକ ବସବାସ କରିଥାନ୍ତି । ବେଳେ ବେଳେ ସେମାନେ ଏପରି କିଛି କାମ କରିଥାନ୍ତି ଯେ ଯେଉଁ କାରଣରୁ ସେମାନେ ଶିରୋନାମା ପାଲଟିଥାନ୍ତି । କେତେକ ଲୋକ ସୁନ୍ଦର ଦେଖାଯିବା ପାଇଁ ଡିଜାଇନ ହେୟାର ଷ୍ଟାଇଲ କରିଥାନ୍ତି । ହେଲେ ଏହାକୁ ନେଇ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ରିପୋର୍ଟ ଅନୁଯାୟୀ ଜଣେ ମହିଳା ନିଜ ପସନ୍ଦର ହେୟାର କଟିଂ ପାଇଁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିଛନ୍ତି । ହେଲେ ପରବର୍ତ୍ତୀ ସମୟରେ ଯେତେବେଳେ ସେ ନିଜକୁ ଆଇନାରେ ଦେଖିଲେ କାନ୍ଦି କାନ୍ଦି ନୟାନ୍ତ ହୋଇଗଲେ । ଏହି ଘଟଣାର ଭିଡିଓକୁ ର୍କାଲେରିବୁଟ ନାମକ ଜଣେ ଟିକଟକ ୟୁଜର ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଖବର ଅନୁଯାୟୀ ଏହି ମହିଳା ଭିନ୍ନ ଲୁକ୍ ପାଇବା ପାଇଁ ସେ ଏକ ମହଙ୍ଗା ସେଲୁନକୁ ଯାଇ ସେଠାରେ ନିଜ ହେୟାର କଟିଂ କରିଥିଲେ । ଏନେଇ ତାଙ୍କୁ ୨୦୦ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ପାଖାପାଖି ୨୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା । କିନ୍ତୁ ଯେତେବେଳେ ସେ ନିଜକୁ ଦେଖିଥିଲେ ତାଙ୍କ ଉପରେ ଏହି ହେୟାରକଟ୍ ସୁଟ୍ କରିନଥିଲା ଏବଂ ଅଜବ ଦେଖାଯାଉଛନ୍ତି ବୋଲି ଭିଡିଓରେ କାନ୍ଦି କାନ୍ଦି କହିଛନ୍ତି । ଏସମ୍ପର୍କରେ ତାଙ୍କ ମାଆ ମ୍ୟାନେଜର ସହ କଥା ହୋଇଥିଲେ ବି ସୁଫଳ ମିଳିନଥିଲା । ଏତେ ଟଙ୍କା ପାଣିରେ ପଡ଼ିଲା ବୋଲି ସେ କହିଛନ୍ତି ।
Comments are closed.